ଦେଶର ୮ ସହରରେ ପ୍ରଦୂଷଣ ଯୋଗୁ ଅସମୟରେ ଯାଇଛି ୧ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ: ରିପୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ଦିନକୁ ଦିନ ପ୍ରଦୂଷଣ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଏକ ଅନ୍ତରାଷ୍ଟ୍ରୀୟ ଅଧ୍ୟୟନରୁ ଜଣାପଡ଼ିଛି ଯେ ୨୦୦୫ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ଦେଶର ୮ଟି ସହରରେ ପ୍ରଦୂଷଣ କାରଣୁ ପ୍ରାୟ ୧ ଲକ୍ଷରୁ ଅଧିକ ଲୋକଙ୍କର ଅସମୟରେ ମୃତୁ୍ୟ ଘଟିଛି । ସେପଟେ ନାସା ଓ ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସି ଉପଗ୍ରହାୂ ମିଳିଥିବା ସଂଖ୍ୟାର ବିଶ୍ଲେଷଣ ଆଧାରରେ ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଏହି ସହର ମଧ୍ୟରେ ରହିଛି ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା, ହାଇଦ୍ରାବାଦ, ଚେନ୍ନାଇ, ସୁରଟ, ପୁଣେ ଓ ଅହମଦାବାଦ ।

ବି୍ରଟେନର ବର୍ମିଂହାମ ବିଶ୍ୱବିଦ୍ରାଳୟ ଓ ୟୁସିଏଲର ବିଶେଷଜ୍ଞଙ୍କ ନେତୃତ୍ୱରେ କରାଯାଇଥିବା ଏହି ଅଧ୍ୟୟନରୁ ଏହି ତଥ୍ୟ ମିଳିଛି । ଏହି ରିପୋର୍ଟ ଅନୁଯାୟୀ, ଦ୍ରୁତ ଗତିରେ ବଢ଼ି ଚାଲିଥିବା ପ୍ରଦୂଷଣ କାରଣରୁ ୧୪ ବର୍ଷ ମଧ୍ୟରେ ପ୍ରାୟ ୧.୮୦.୦୦୦ ଲୋକଙ୍କର ଅସମୟରେ ମୃତୁ୍ୟ ଘଟିଛି । ବିଶେଷଜ୍ଞ ଟିମ ୨୦୦୫-୨୦୧୮ ମଧ୍ୟରେ ନାସା ଓ ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସିର ଉପଗ୍ରହରୁ ମିଳିଥିବା ସୂଚନାର ବିଶ୍ଳେଷଣ କରି ଏହି ଦାବି କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts