ପଦ୍ମଶ୍ରୀଙ୍କୁ ‘ମୋ ସରକାର’ ଧୋକା

ସତ୍ୟପାଠ ବ୍ୟୁରୋ: ପଦ୍ମଶ୍ରୀ ଦୈତାରୀ ନାଏକଙ୍କୁ ‘ମୋ ସରକାର’ ଧୋକା । ପିଲାଙ୍କୁ ଭଣ୍ଡେଇଲା ଭଳି ଦୈତାରୀଙ୍କୁ ଭଣ୍ଡାଇଦେଲେ ରାଜ୍ୟ ମୁଖିଆ । ଜୁଲାଇ ୮ରୁ ଦୈତାରୀଙ୍କ ପାଇଁ ସହାୟତା ଘୋଷଣା କରିଥିଲେ ବି ଏଯାଏ ଟଙ୍କା ଟିଏ ଦେଇନାହାନ୍ତି ସରକାର । ଏପରିକି ଅଭାବୀ ପାଇଁ ପଦ୍ମଶ୍ରୀ ସମ୍ମାନ ଫେରାଇବାକୁ ମଧ୍ୟ କହିସାରିଛନ୍ତି ଦୈତାରୀ ।

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତଳ ବୈତରଣୀ ଗାଁର ଦୈତାରୀ ନାଏକ । ଯିଏ ନିଜ ଗାଁକୁ ପାଣି ଆଣିବା ପାଇଁ ୪ କିଲୋମିଟର ପାହାଡ଼ କାଟି ଗାଁକୁ ଜଳସେଚନର ବ୍ୟବସ୍ଥା କରିଥିଲେ। ଏହା ପରେ ‘ଓଡ଼ିଶା ମାଉଣ୍ଟେନମ୍ୟାନ ଭାବେ ପରିଚୟ ପାଇଲେ ଦୈତାରୀ । ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ କେନ୍ଦ୍ର ସରକାର ସମ୍ମାନିତ ବି କଲେ । ପଦ୍ମଶ୍ରୀ ସମ୍ମାନ ମିଳିବା ପରେ ମୂଲ ମଜୁରି ଲାଗି ଚଳୁଥିବା ଦୈତାରୀଙ୍କୁ ଆଉ କାମଧନ୍ଦା ନମିଳିବାରୁ ସଂସାର ଚଳାଇବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜୁଲାଇ ୮ ତାରିଖରେ ରାଜ୍ୟ ସରକାର ପଦ୍ମଶ୍ରୀ ଦୈତାରୀଙ୍କୁ ମାସିକ ୧୦ ହଜାର ଟଙ୍କା ଲେଖାଏ ‌ଦେବାକୁ ଘୋଷଣା କଲେ । ସହାୟତା ଘୋଷଣାକୁ 4 ମାସ ବିତିଯାଇଥିଲେ ବି ଏଯାଏ ଦୈତାରୀଙ୍କୁ ଟଙ୍କା ଟିଏ ବି ଦେଇନାହାନ୍ତି ରାଜ୍ୟ ସରକାର ।

ନିଜ ପ୍ରତିକ୍ରିୟାରେ ପଦ୍ମଶ୍ରୀ ଦୈତାରୀ ନାଏକ କହିଛନ୍ତି ମୁଁ ଅଭାବରେ ଅଛି। ଟଙ୍କା ମିଳିଲେ ଟିକେ ସ୍ଥିତି ସୁଧୁରି ଯାଆନ୍ତା । ମାତ୍ର ଏଯାଏ ମିଳିନାହିଁ,  ଆଗକୁ ମିଳିପାରେ ବୋଲି ଆଶା ବାନ୍ଧି ବସିଛି । ଗତ ଜୁଲାଇ ମାସଠୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ସବୁ ମାସରେ ଗୋନାସିକା ଘାଟି ଅତିକ୍ରମ କରି ବ୍ୟାଙ୍କ ଜମା ଖାତାରେ ଟଙ୍କା ଖୋଜୁଛି କିନ୍ତୁ ସୁବଥର ମୁଁ ନିରାଶ ହୋଇଛି । ଏପରିକି ଟଙ୍କା ନଥିବାରୁ ଦୁର୍ଗା ପୂଜାରେ ଏଥର ଗୋଟିଏ ଲୁଙ୍ଗି ଓ ଗାମୁଛା କିଣିବାକୁ ଇଚ୍ଛା ଥିଲେ ବି କିଣି ପାରିନଥିବା କହିଛନ୍ତି ଦୈତାରୀ ।

Related Posts