କେରଳର କନ୍ନୁର ଜିଲ୍ଲାର ପୟାନୁରରେ ଥିବା ଆରଏସଏସ କାର୍ଯ୍ୟାଳୟ ଉପରେ ବୋମାମାଡ

ନୂଆଦିଲ୍ଲୀ : ଆରଏସଏସ କାର୍ଯ୍ୟାଳୟ ଉପରେ ବୋମାମାଡ କେରଳର କନ୍ନୁର ଜିଲ୍ଲାର ପୟାନୁରରେ ଥିବା ଆରଏସଏସ କାର୍ଯ୍ୟାଳୟ ଉପରେ ଆଜି ସକାଳେ ବୋମାମାଡ ହୋଇଛି ।ବୋମା ମାଡରେ କାର୍ଯ୍ୟାଳୟର ଝରକା କାଚ ଭାଙ୍ଗିଯାଇଥିବା କହିଛି।

ତେବେ ଆରଏସଏସ କାର୍ଯ୍ୟାଳୟ ଉପରେ ଏହା ପ୍ରଥମ ଆକ୍ରମଣ ନୁହେଁ । ପୂର୍ବରୁ ମଧ୍ୟ ଥାନା ନିକଟରେ ଥିବା ଆରଏସଏସ କାର୍ଯ୍ୟାଳୟ ଉପରେ ଆକ୍ରମଣ ହୋଇଛି । ପୁନଃ ଆକ୍ରମଣ ଘଟଣାକୁ ନେଇ ବିଜେପି ନେତା ଟମ୍ ବଡକ୍କନ କହିଛନ୍ତି ଯେ, ଆକ୍ରମଣ ରୋକିବାରେ ସରକାର ବିଫଳ ହେଉଛନ୍ତି । ଏହା ପ୍ରଶାସନର ଅପାରଗତ । କେରଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି । ଏହାକୁ ବରଦାସ୍ତ କରାଯିବନି ।

ଏହାପୂର୍ବରୁ ଜୁନ ୨୪ ତାରିଖରେ ରାହୁଲ ଗାନ୍ଧୀଙ୍କ ଓ୍ୱାଏନାଡ ସ୍ଥିତ ସଂସଦୀୟ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିଲା । କଂଗ୍ରେସର କେରଳ ଶାଖା ଘଟଣାକୁ ନେଇ ଷ୍ଟୁଡେଣ୍ଟ୍ ଫେଡେରସନ୍ ଅଫ୍ ଇଣ୍ଡିଆ ଉପରେ ଅଭିଯୋଗ ଲଗାଇଥିଲା ।

Related Posts