ବଦଳିବ ଟେଲିକମ୍‌ ନିୟମ, ମାସକୁ କରିବାକୁ ହେବ ସର୍ବନିମ୍ନ 75 ଟଙ୍କାର ରିଚାର୍ଜ

ଏଣିକି ଟେଲିକମ କ୍ଷେତ୍ରରେ ଦୀର୍ଘକାଳୀନ ଭାଲିଡିଟି ଦିନ ସରିବାକୁ ଯାଉଛି । ଟେଲିକମ କମ୍ପାନୀଗୁଡ଼ିକ ଗ୍ରାହକଙ୍କୁ ନିଜ ନେଟୱର୍କ ସହ ଯୋଡ଼ି ରଖିବା ପାଇଁ ଲାଇଫ୍‌ ଟାଇମ୍‌ ରିଚାର୍ଜ ଅଫର ଦେବାର ନଜିର ରହିଛି । କିନ୍ତୁ ଏବେ ଆପଣଙ୍କ ଆକାଉଣ୍ଟରେ ଯେତେ ଟଙ୍କାର ବାଲାନସ୍‌ ଥିଲେ ବି ନେଟୱର୍କ ସହ ଯୋଡ଼ି ରହିବାକୁ ହେଲେ ମାସକୁ ସର୍ବନିମନ୍ନ ରିଚାର୍ଜ କରିବାକୁ ହେବ ।

ଏବେ କେତେକ ନେଟୱର୍କ ଏହି ପରିମାଣ ୩୫ ଟଙ୍କା ରଖିଥିବାବେଳେ ଆଗାମୀ ଦିନରେ ଆପଣଙ୍କୁ ଇନକମିଙ୍ଗ କଲ୍‌ ପାଇଁ ଅତିକମ୍‌ରେ ୭୫ ଟଙ୍କାର ରିଚାର୍ଜ କରିବାକୁ ହେବ । ଗତ ଡିସେମ୍ବର ମାସରେ ଟେଲିକମ ରେଗୁଲେଟରୀ ଅଥୋରିଟି ଅଫ ଇଣ୍ଡିଆ, ଟ୍ରାଇ ଟାରିଫ୍‌ ପ୍ଲାନରେ ପରିବର୍ତ୍ତନ ନେଇ ନୋଟିସ ଜାରି କରିଥିଲେ ।

Related Posts