
(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ମହାମାରୀ ସମୟରେ ପଞ୍ଜାବରେ ରାଜନୈତିକ ମାହଲରେ ସରଗରମ୍ ଦେଖିବା ପାଇଁ ମିଳିଛି । ଦୀର୍ଘଦିନ ଧରି ଚୁପ୍ ରହିବା ପରେ ଶେଷରେ ମୁହଁ ଖୋଲିଛନ୍ତି କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ । ତେବେ ସେ ଯଦି ଅନ୍ୟ କୌଣସି ଦଳର ନେତାଙ୍କୁ ଭେଟିଛନ୍ତି ତାହାଲେ ତାଙ୍କୁ ପ୍ରମାଣ କରି ଦେଖାଓ ବୋଲି କ୍ୟାପଟେନ ଅମରିନ୍ଦରଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି । ତେବେ କିଛି ଦିନ ଠାରୁ ସିଦ୍ଧୁ ଦଳ ଛାଡି ଅନ୍ୟ ଦଳରେ ମିଶିବେ ବୋଲି ଆକଳନ କରାଯାଉଥିଲା । ଏପରିକି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଧ୍ୟ ଏହାକୁ ନେଇ ବଡ଼ ବୟାନ ଦେଇଥିଲେ । ଏହାର ଜବାବ ରଖି ଦୀର୍ଘ ଚାଳିଶ ଦିନ ପରେ ସାମ୍ନାକୁ ଆସିଲେ ସିଦ୍ଧୁ । ସେ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି, ମୋ ବିଷୟରେ ଆକଳନ କରାଯାଉଥିଲା କି ମୁଁ ଅନ୍ୟ କୌଣସି ଦଳର ନେତାଙ୍କ ସହ ବୈଠକରେ ବସିଥିଲି । ଯଦି କାହାକୁ ଏମିତି ଲାଗୁଛି ତାହାଲେ ଏହାର ପ୍ରମାଣ ସାମ୍ନାକୁ ଆଣନ୍ତୁ । ଆଜି ପର୍ଯ୍ୟନ୍ତ ମୁଁ କୌଣସି ପଦବୀ ମାଗି ନାହିଁ । ମୁଁ କେବଳ ପଞ୍ଜାବର ବିକାଶ ଚାହେଁ । ଏହା ସହ କ୍ୟାବିନେଟରେ ମିଶିବା ପାଇଁ ମୋତେ ଅନେକଥର ଅଫର ଆସିଥିଲେ ମଧ୍ୟ ମୁଁ ଏହାକୁ ଗ୍ରହଣ କରି ନାହିଁ । କେବଳ ଏତିକି ନୁହେଁ ସେ ଆଉ ତାଙ୍କ ପରିବାର ଅନେକ ମୁଖ୍ୟ ପଦକୁ ବଳିଦାନ ଦେଇଛନ୍ତି । ଅନ୍ୟପଟେ କିଛିଦିନ ପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କୁ ନେଇ ବଡ଼ ବୟାନ ଦେଇଥିଲେ । ତେବେ ସିଦ୍ଧୁ ଆମ୍ ଆଦମୀ ପାର୍ଟିର ସୁପ୍ରିମ ଅରବିନ୍ଦ କେଜ୍ରିୱାଲଙ୍କ ସହ ଆଲୋଚନା କରୁଛନ୍ତି ଏବଂ ସେ ଯେକୌଣସି ମୁହୂର୍ତ୍ତରେ ପାର୍ଶ୍ୱ ପରିବର୍ତ୍ତନ କରିପାରିବେ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ସହ ସୀଦ୍ଧୁ ଯଦି ନିଜର ସିଏମ୍ ଉପରେ ଆକ୍ରମଣ କରୁଛନ୍ତି ସେତେବେଳେ ଏହାର ଅର୍ଥ କ’ଣ? ଏହାର ଅର୍ଥ ସେ ଅନ୍ୟ କିଛି ଦଳରେ ଯୋଗଦେବାକୁ ଚାହୁଁଛନ୍ତି। କିନ୍ତୁ ବିଜେପି ତାଙ୍କୁ ଗ୍ରହଣ କରିବ ନାହିଁ। କାରଣ ୨୦୧୭ ମସିହାରେ ସିଦ୍ଧୁ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ | ପିପିସିସି ମୁଖ୍ୟ ସୁନୀଲ ଜାଖର ଦଳର ରାଜ୍ୟ ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି । ଯଦି ତାଙ୍କ ସ୍ଥାନରେ ସିଦ୍ଧୁ ଙ୍କୁ ହାଇ କମାଣ୍ଡ ପାଇଁ ଯଦି ମୋ ପାଖରୁ ପରାମର୍ଶ ନିଆଯାଏ ତାହେଲେ ମୁଁ ଏହାକୁ ବିରୋଧ କରିବି ବୋଲି ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି । ଦିନ ପରେ ଦିନ ଗଡି ଚାଲୁଥିବା ବେଳେ ଏହି ମାମଲାର ରୂପ ଭିନ୍ନ ହେବାରେ ଲାଗିଛି ।