ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏପଟେ ଆତଙ୍କ ଖେଳାଇଲାଣି ‘ମଙ୍କିପକ୍ସ’। ଯାହାକୁ ନେଇ ସରକାରଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛି। ତେବେ ରାଜ୍ୟରେ ଏଯାଏ ‘ମଙ୍କିପକ୍ସ’ ମାମଲା ଚିହ୍ନଟ ହୋଇନାହିଁ। ହେଲେ ମଙ୍କିପକ୍ସ ନେଇ ଗାଇଡ଼ଲାଇନ୍ ଆସିଛି। ଗାଇଡ଼ଲାଇନ୍ ଅନୁସାରେ ପଦକ୍ଷେପ ନେବାକୁ ସବୁ ଜିଲାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି।ଯାହା ସ୍ଥିତି ଅଛି ତା’ ଉପରେ ନଜର ରଖାଯାଇଛି ବୋଲି ସେ କହିଛନ୍ତି।
ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ଟି ମଙ୍କିପକ୍ସ’ ମାମଲା ସାମ୍ନାକୁ ଆସିଛି। ସେଥିରୁ ୩ଟି ମାମଲା କେରଳରୁ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ମାମଲା ଦେଶର ରାଜଧାନୀ ଦିଲ୍ଲୀରୁ ଚିହ୍ନଟ ହୋଇଥିବା ଜଣା ପଡ଼ିଛି।