ଅଭିଯୋଗ ଶୁଣାଣି ବେଳେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମ୍ମୁଖରେ ବିଷ ପିଇଦେଲେ ଦିବ୍ୟାଙ୍ଗ ଯୁବକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମ୍ମୁଖରେ ବିଷ ପିଇଦେଲେ ଦିବ୍ୟାଙ୍ଗ ଯୁବକ। ସୂଚନା ଅନୁସାରେ ଦିଗପହଣ୍ଡିରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଦିବ୍ୟାଙ୍ଗ ଯୁବକ ଜଣକ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମ୍ମୁଖରେ ଏପରି କାଣ୍ଡ କରିଥିବା ସୂଚନା ମିଳିଛି । ଯୁବକ ଜଣଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଏମକେସିଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଜମି ଡିମାର୍କେସନ ପାଇଁ ଯୁବକ ଜଣକ ବାରମ୍ବାର ଗୁହାରୀ କରିବା ସତ୍ତ୍ବେ କେହି ଶୁଶୁନଥିବା ଅଭିଯୋଗ କରିବା ପରେ ସେ ବିଷ ପିଇଦେଇଥିବା କୁହାଯାଉଛି । ହେଲେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥାବସ୍ଥା ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।

Related Posts