ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯାଇନାହିଁ : କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୋଭିଡ ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟା ପାଇଁ କ୍ଷତିପୂରଣ କୁ ନେଇ ଏକ ଆବେଦନର ଶୁଣାଣୀ କରିଛନ୍ତି ମାନ୍ୟବର ସୁପ୍ରମକୋର୍ଟ । ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆଫିଡେଭିଟ୍‌ରେ ସରକାର କହିଛନ୍ତି ଯେ ଏହି ଟିକା କମ୍ପାନି ଦ୍ୱାରା ପ୍ରସ୍ତୁତ କରାଯାଇଛି। ଆଉ ସରକାର ଆବଶ୍ୟକ ଅନୁସନ୍ଧାନ କରିଥିଲେ। ଯଦି କାହାର ଟିକା ଦ୍ୱାରା କେହି କ୍ଷତି ହୋଇଛି, ତେବେ ସେ ଔଷଧ କମ୍ପାନି କିମ୍ବା ହସ୍ପିଟାଲ ବିରୋଧରେ ସିଭିଲ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ |ସୁପ୍ରିମକୋର୍ଟରେ ଆବେଦନ କରିବା ଏବଂ ସରକାରଙ୍କଠାରୁ ସିଧାସଳଖ କ୍ଷତିପୂରଣ ମାଗିବା ଠିକ୍ ବୋଲି କୁହାଯାଇପାରିବ ନାହିଁ।

ଦୁଇ ଜଣଙ୍କ ଆବେଦନ ଉପରେ କେନ୍ଦ୍ର ସରକାର ଏହି ଆଫିଡେଭିଟ୍ ଦାଖଲ କରିଛନ୍ତି। କୋଭିଡ ଟିକା ନେବା ପରେ ଉଭୟ ନିଜ ଝିଅଙ୍କର ମୃତ୍ୟୁ ହୋଇଛି ବୋଲି ଦାବି କରିଛନ୍ତି।

୨୦୨୧ ମସିହାରେ ଏହି ଦୁଇ ଝିଅଙ୍କର ମୃତ୍ୟୁ ହୋଇଥିଲା। କେନ୍ଦ୍ର ସରକାର କହିଛନ୍ତି ଯେ କୋଭିଡ ଟିକାକୁ ଅନୁମତି ଦେବା ପୂର୍ବରୁ ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା। ଲୋକଙ୍କୁ ଏହି ଟିକା ବିଷୟରେ ଅବଗତ କରାଯାଇଥିଲା, କିନ୍ତୁ ଆଇନଗତ ଭାବରେ ଟିକା ନେବାକୁ କାହାକୁ ବାଧ୍ୟ କରାଯାଇ ନଥିଲା। ସରକାର ଏହା ମଧ୍ୟ କହିଛନ୍ତି ଯେ ସମଗ୍ର ବିଶ୍ୱରେ ବିଭିନ୍ନ ଟିକାକରଣର କିଛି ପାର୍ଶ୍ୱ ପ୍ରତିକ୍ରିୟା ପରିଲକ୍ଷିତ ହୋଇଛି। କିନ୍ତୁ ଟିକା ଯୋଗୁଁ ମୃତ୍ୟୁ ଏକ ବିରଳ ଘଟଣା।

Related Posts