ପ୍ରାଥମିକ ଶିକ୍ଷକ ନାହିଁ, ଭୋଟ ନାହିଁ; ବାଲାଟ ପେପରରେ ଏମିତି ଲେଖିଲେ ଭୋଟର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ରାଜ୍ୟର ଅନେକ ଜିଲ୍ଲାମାନଙ୍କରେ ବୁଥମାନଙ୍କରେ ଭୋଟରମାନଙ୍କର ପ୍ରବଳ ଭିଡ଼ ଜମିଥିଲା । କିଛି ଭୋଟର ନିଜର ପସନ୍ଦ ମୁତାବକ ପ୍ରାର୍ଥୀଙ୍କୁ ଭୋଟ ଦେଇଥିବାବେଳେ ଆଉ କିଛି ବିକାଶମୂଳକ କାର୍ଯ୍ୟକୁ ନେଇ ଭୋଟ ଦେଇଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ଏଥର ନୋଟା ବିକଳ୍ପ ନଥିବାରୁ କୌଣସି ପ୍ରାର୍ଥୀଙ୍କୁ ମୋହର ନମାରି କେବଳ ଧାଡିଏ ଲେଖି ଭୋଟ୍ ଦେବା ସହ ବାଲାଟ ପେପରକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଛନ୍ତି ।

ତେବେ ପ୍ରାଥମିକ ଶିକ୍ଷକ ନାହିଁ, ଭୋଟ୍ ନାହିଁ । ବାଲାଟ ପେପରରେ ଏମିତି ଲେଖିଲେ ଭୋଟର । ସେପଟେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକରେ ଶୁକ୍ରବାର ନିର୍ବାଚନ ହେଉଥିବା ବେଳେ ଜୋନ୍ ୨ରୁ ଆସିଛି ଏମିତି ଚିତ୍ର । ଜୋନ୍ ୨ରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ୩ ଜଣ ପ୍ରାର୍ଥୀ ଥିବାବେଳେ ନୋଟାରେ ଭୋଟ୍ ଦେବା ପାଇଁ ବିକଳ୍ପ ନଥିଲା । ତେବେ ଅଞ୍ଚଳରେ ପ୍ରାଥମିକ ଶିକ୍ଷକଙ୍କ ଅଭାବକୁ ଭୋଟର ବାଲାଟ ମାଧ୍ୟମରେ ପ୍ରତିବାଦ କରିବାକୁ ଚାହିଁଥିଲେ । ତେବେ ବାଲାଟରେ ଏଭଳି ଲେଖି ଭାଇରାଲ କରିଛନ୍ତି ।

Related Posts