
ମଧ୍ୟପ୍ରଦେଶରେ 15 ବର୍ଷ ପରେ ବିଜେପି କ୍ଷମତାରୁ ବେଦଖଲ ହେଲା । କଡ଼ା ଟକ୍କରର ଲଢ଼େଇରେ ବିଜେପିକୁ 109 ଓ କଂଗ୍ରେସକୁ 114ଟି ଆସନ ମିଳିଲା । ବିଜେପି ପରାଜୟ ସ୍ବୀକାର କଲା, କିନ୍ତୁ ତାର ନେତା ଲଗାତାର ଦାବି କରୁଛନ୍ତି ଯେ 3 ଥର ଲଗାତାର କ୍ଷମତାରେ ରହିବା ପରେ ମାତ୍ର 5ଟି ଆସନରୁ ପଛରେ ରହିଯିବା ଅର୍ଥ ବିଜେପିକୁ ଜନତା ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିନାହିଁ ।
ବହୁ ଆସନରେ ଅଳ୍ପ ବ୍ୟବଧାନରେ ବିଜେପି ପ୍ରାର୍ଥୀ ପରାଜିତ ହୋଇଛନ୍ତି । ଏତେ କମ୍ ବ୍ୟବଧାନକୁ ଏମିତି ଭାବେ ଦେଖାଯାଉଛି ଯେ ଯଦି ଦଳ ବୁଥ୍ ପରିଚାଳନା ଉନ୍ନତ ଭାବେ କରିଥାନ୍ତା ତେବେ ଚିତ୍ର ଭିନ୍ନ ହୋଇଥାନ୍ତା । ସବୁଠାରୁ ବଡ଼ କଥା ହେଲା ଅନେକ ସିଟ୍ରେ ନୋଟା ବିଜେପିର ଖେଲ ବିଗାଡ଼ି ଦେଇଛି । ଏହି ଆସନରେ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟ ମିଳିଛି । କିନ୍ତୁ ଭୋଟ ବ୍ୟବଧାନଠାରୁ ଅଧିକ ଭୋଟ୍ ନୋଟାକୁ ମିଳିଛି ।
ରାଜ୍ୟରେ ବହୁଜନ ସମାଜବାଦୀ ପାର୍ଟିକୁ 2ଟି, ସମାଜବାଦୀ ପାର୍ଟିକୁ 4ଟି ଆସନ ମିଳିଛି । କଂଗ୍ରେସ ଓ ବିଜେପି ଭିତରେ ମାତ୍ର 5ଟି ସିଟ୍ର ବ୍ୟବଧାନ ରହିଲା । କିନ୍ତୁ ଯଦି ପରିସଂଖ୍ୟାନ ଉପରେ ନଜର ପକାଇବା ତେବେ ଜଣାପଡୁଛି ଯେ ନୋଟା ଅନେକ ସିଟ୍ରେ ଫଳାଫଳ ସ୍ଥିର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଲା । ମଧ୍ୟପ୍ରଦେଶରେ ଅତି କମ୍ରେ 11ଟି ଆସନ ଏମିତି ଅଛି ଯେଉଁଠି ନୋଟା ପ୍ରାର୍ଥୀ ମାନଙ୍କ ଖେଳ ବିଗାଡ଼ି ଦେଲା ।