(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : B.Sc ନର୍ସିଂ ପାଠ୍ୟକ୍ରମରେ ଆଡମିଶନ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କୁ ଦେବାକୁ ପଡିବ ‘ନିଟ୍’ ପରୀକ୍ଷା । ନିଟ୍ ପରୀକ୍ଷାରେ ସଫଳ ହେବ ପରେ ଛାତ୍ରଛାତ୍ରୀମାନେ ବିଏସସି ନର୍ସିଂ ପଢିପାରିବେ । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଅଣ୍ଡର ଗ୍ରାଜୁଏଟ ମେଡିକାଲ କୋର୍ସ ଓ ବିଏସସି ନର୍ସିଂ ପାଇଁ ଆବେଦନ ଦାଖଲ କରିବାକୁ ଆମନ୍ତ୍ରଣ କରିଛନ୍ତି । ପ୍ରାର୍ଥୀମାନେ ଏଥିପାଇଁ ୧୦ ଅଗଷ୍ଟ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ।

ବିଏସସି ନର୍ସିଂ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ୩୧ ଡିସେମ୍ବର ୨୦୨୧ ସୁଦ୍ଧା ୧୭ ବର୍ଷ ବୟସ ହୋଇଥିବା ଆବଶ୍ୟକ।
ଯୁକ୍ତ-୨ ପରୀକ୍ଷାରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ ଓ ଇଂଗ୍ରାଜୀ ବିଷୟରେ ପାସ୍ କରିଥିବା ଜରୁରୀ।
NEET ୨୦୨୧ ପାଇଁ ଆବେଦନ କରିବାକୁ, ପ୍ରାର୍ଥୀ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ (PCB) ଏବଂ ଇଂରାଜୀ ସହିତ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ । ଏହା ସହିତ, PCB ରେ ସର୍ବନିମ୍ନ ୪୫ ପ୍ରତିଶତ ମାର୍କ ରହିବା ଉଚିତ୍ ।

ଅନ୍ୟପଟେ ଯେଉଁ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରମାନଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଓପନ ସ୍କୁଲ ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ ସ୍କୁଲ (ଏନଆଇଓଏସ)ରେ ବିଜ୍ଞାନ ଓ ଇଂଗ୍ରାଜୀ ସହିତ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବେ ସେମାନେ ବି ବିଏସସି ନର୍ସିଂ ପାଇଁ ଆବେଦନ କରିପାରିବେ ।
ଏହାସହ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନରେ ୪୦ ପ୍ରତିଶତ ମାର୍କ ରଖିଥିବା ଏସସି, ଏସଟି ଓ ଓବିସି ବର୍ଗର ଛାତ୍ ଛାତ୍ରୀମାନେ ବି ଆବେଦନ କରିପାରିବେ।
ସର୍ବୋପରି, B.Sc ନର୍ସିଂ ପାଠ୍ୟକ୍ରମରେ ଆଡମିଶନ ପାଇବା ପାଇଁ ଦ୍ୱାଦଶ ଶ୍ରେଣୀରେ ଇଂରାଜୀ ବିଷୟ ବାଧ୍ୟତାମୂଳକ ।

ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ବିଭିନ୍ନ ନର୍ସିଂ କଲେଜ / ଅନୁଷ୍ଠାନରେ ବି.ଏସ୍.ସି (ନର୍ସିଂ) ପାଠ୍ୟକ୍ରମରେ ଆଡମିଶନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କୁ ସମ୍ପୃକ୍ତ କଲେଜ / ଅନୁଷ୍ଠାନ / ବିବେଚିତ ବିଶ୍ୱବିଦ୍ୟାଳୟରୁ ଯୋଗ୍ୟତା ମାନଦଣ୍ଡ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।