ନବୀନଙ୍କ ଦଶହରା ଭେଟି, ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୧୧ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ସରକାରୀ କର୍ମଚାରୀଙ୍କୁ ପଜା ଭେଟି ଦେଇଛନ୍ତି ନବୀନ । ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । ୧୧ ପ୍ରତିଶତର ମହଙ୍ଗା ଭତ୍ତା ବୃଦ୍ଧି କଲେ । ଜୁଲାଇ ୨୧ରୁ ପିଛଲା ଭାବେ ଲାଗୁ ହେବ ବର୍ଦ୍ଧିତ ଭତ୍ତା । ଆକ୍ଟୋବର ଦରମାରେ ବର୍ଦ୍ଧିତ ଭତ୍ତା ମିଳିବ । ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ ଏହି ବର୍ଦ୍ଦିତ ଭତ୍ତା ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ଦ୍ଵାରା ରାଜ୍ୟର ଚାରି ଲକ୍ଷ କର୍ମଚାରୀ ଓ ସାଢେ ତିନି ଲକ୍ଷ ପେନସନ୍ ଭୋଗୀ ଉପକୃତ ହେବେ ପାଇବେ । ଏହା ଫଳରେ ବର୍ତ୍ତମାନ ମହଙ୍ଗା ଭତ୍ତା ୧୭%ରୁ ବଢ଼ି, ୨୮%ରେ ପହଞ୍ଚିଲା । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଜୁଲାଇ ପହିଲାରୁ ପିଛଲା ଭାବେଭାବରେ ୧୧%ମହଙ୍ଗା ଭତ୍ତା ଲାଗୁ ହେବ । ବକେୟା ତିନି ମାସର ବର୍ଦ୍ଧିତ ଭତ୍ତା ମଧ୍ୟ ନଗଦ ଆକାରରେ ମିଳିବ ।

Related Posts