ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ସାରା ଦେଶ ଆଜି ୭୩ ତମ ସାଧାରଣତନ୍ତ୍ର ଦିବସକୁ ପାଳନ କରୁଛି । ସେପଟେ ଗଣତନ୍ତ୍ର ଦିବସ ହେଉ କିମ୍ବା ସ୍ୱାଧୀନତା ଦିବସ ହେଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ପୋଷାକରେ ଦେଖାଦେଇଥାନ୍ତି । ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ଶୈଳିରେ ଦେଖାଦେଇଛନ୍ତି । ତେବେ ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଣ୍ଡରେ ଉତ୍ତରାଖଣ୍ଡ ସଂସ୍କୃତି ଅନୁସାରେ ମୁଣ୍ଡରେ ପାରମ୍ପାରିକ ଟୋପି ପିନ୍ଧିଛନ୍ତି । ଯେଉଁଥିରେ ଉତ୍ତରାଖଣ୍ଟର ଜାତୀୟ ଫୁଲ ବ୍ରହ୍ମକମଳ ଅଙ୍କିତ ହୋଇଛି । ଏହା ଛଡ଼ା ପ୍ରଧାନମନ୍ତ୍ରୀ ବେକରେ ମଣିପୁରର ଗାମୁଛା ପକାଇଥିବାର ଦେଖିବାକୁ ମିଳିଛି ।
ବିପିନ ରାୱତଙ୍କୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ଏପରି ପୋଷାକ ପିନ୍ଧିଥିବାର ଅନୁମାନ କରାଯାଉଛି । ଅନ୍ୟପଟେ ମୋଦିଙ୍କ ଏପରି ସ୍ୱତନ୍ତ୍ର ପୋଷାକକୁ ନେଇ ବିରୋଧୀ ମଧ୍ୟ ଟାର୍ଗେଟ କରିବାରେ ଲାଗିଛନ୍ତି । କହିଁକିନା ଆସନ୍ତା ମାସରେ ଉତ୍ତରପ୍ରଦେଶ ଏବଂ ମଣିପୁରରେ ନିର୍ବାଚନ ହେବାକୁ ଯାଉଛି । ସେପଟେ ପ୍ରଧାନମନ୍ତ୍ରୀ ପ୍ରତୀକ ମାଧ୍ୟମରେ ରାଜନୈତିକ ସଙ୍କେତ ଦେବାରେ ଅଗ୍ରଣୀ । ତେଣୁ ପ୍ରଧାନମନ୍ତ୍ରୀ ଗୋଟିଏ ଗୁଳିରେ ଦୁଇଟି ଶୀକାର କରୁଛନ୍ତି ବୋଲି ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି ।