ଭୁବନେଶ୍ୱର: ରାଜ୍ୟରେ ଏବେ ଜାରି ରହିଛି ଗ୍ରୀଷ୍ମ ପ୍ରଭାବ | ୪୦ ଡିଗ୍ରୀ ଉପରେ ରାଜ୍ୟର ୫ଟି ସହର ଥିବା ବେଳେ, ଆଗକୁ ଆହୁରି ତାପମାତ୍ରା ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି | ଆସନ୍ତା ୨୬ ତାରିଖ ବେଳକୁ ୪୫ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ପାରଦ ବୋଲି ଅନୁମାନ କରାଯାଇଛି ।
ଖବର ଅନୁଯାୟୀ, ଆଣ୍ଡାମାନ ସାଗର ଅଞ୍ଚଳରେ ରବିବାର ସଂଧ୍ୟାରେ ଘଣ୍ଟାପ୍ରତି ୫୫ କିମି ବେଗରେ ପବନ ବୋହୁଥିଲା । ଆଗାମୀ ୨୪ ଘଣ୍ଟାରେ ଏହା ଏକ ଡିପ୍ ଡିପ୍ରେସନ୍ର ପରିଣତ ହେବ । ପରେ ଆସନ୍ତା ୩୬ ଘଣ୍ଟାରେ ଏହା ବାତ୍ୟାରେ ପରିଣତ ହେବ । ମିଆଁମାର ପାଣିପାଗ ବିଭାଗର ପୁର୍ବାନୁମାନ ଅନୁଯାୟୀ, ବାତ୍ୟା ଆସାନୀ ୨୨ ତାରିଖରେ ସଂଧ୍ୟା ସମୟରେ ଉପକୂଳ ନିକଟବର୍ତ୍ତୀ ହେବ । ଚଳିତ ବର୍ଷର ଏହା ପ୍ରଥମ ବାତ୍ୟା । ଏଥିରେ ମିଆଁମାର ଅଧିକ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି । ପରେ ବାତ୍ୟା ଧିରେ ଧୀରେ କୋକି ଦୀପ ଅଭିମୁଖେ ଯିବ । ବାତ୍ୟାର ପ୍ରଭାବ ଓଡିଶା ଉପରେ ବିଶେଷ ପଡିବ ବୋଲି ଆକଳନ କରାଯାଉଛି । କିଛି ଜିଲ୍ଲାରେ ୨.୫ ମିଲିମିଟରର ବର୍ଷା ହେବାର ଅନୁମାନ କରାଯାଉଛି ।
ଅନ୍ୟପଟେ ଭୁବନେଶ୍ୱରରେ ଏହାର ବିପରୀତ ପ୍ରଭାବ ପଡିବ । ଆଗାମୀ ସପ୍ତାହରେ ବଢିବ ତାପମାତ୍ରା । ୨୬ ମାର୍ଚ୍ଚରେ ଭୁବନେଶ୍ୱରରେ ତାପମାତ୍ରା ୪୨-୪୫ ଡିଗ୍ରୀ ମଧ୍ୟରେ ରହିବାକୁ ଥିବା ବେଳେ ୨୨ ଏବଂ ୨୫ ମାର୍ଚ୍ଚରେ ତାପାମାତ୍ରା ୪୦ ଡିଗ୍ରୀରେ ରହିପାରେ ।





