ପଦ୍ମପୁର ଉପନିର୍ବାଚନ; ସତ୍ୟଭୂଷଣଙ୍କ ପ୍ରଚାର ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା । ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିବେ ରାଜ୍ୟ ପ୍ରଭାରୀ ଏ.ଚେଲ୍ଲା କୁମାର ଓ ରୁଦ୍ର ରାଜୁ । ଏହି ତାଲିକାରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ସ୍ଥାନ ମିଳିଛି ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଚିରଞ୍ଜିବୀ ବିଶ୍ୱାଳ, ଭକ୍ତ ଦାସ, ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ସୁର ରାଉତରାୟ, ତାର ବାହିନୀପତି ପ୍ରମୁଖ ଏହି ଷ୍ଟାର କ୍ୟାମ୍ପେନର ତାଲିକା ରେ ରହିଛନ୍ତି । ଅନ୍ୟପଟେ ଧାମନଗର ଭଳି ପଦ୍ମପୁର ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ପଡିଛନ୍ତି କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ୍।

ସେପଟେ ପଦ୍ମପୁର ଉପନିର୍ବାଚନ ପାଇଁ ଜମିଲାଣି ପ୍ରଚାର । ଗାଁ ଗାାଁରେ ବୁଲିଲେଣି ନେତା । ନାମାଙ୍କନ ପରେ ପରେ ଶକ୍ତି ପଦର୍ଶନ କରୁଛନ୍ତି ସବୁ ପ୍ରାର୍ଥୀ । ଆଜି ବିଜେଡି ପ୍ରାର୍ଥୀ ବର୍ଷା ବରିହା ସମର୍ଥକଙ୍କ ସହ ବାଇକ ରାଲି କରି ପ୍ରଚାର କରିଛନ୍ତି । ଘରକୁ ଘର ବୋଲି ଭୋଟରଙ୍କ ନିଜ ଆଡକୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମାରାଥନ କ୍ୟାମ୍ପେନ କରିଛି । ସମର୍ଥକଙ୍କ ସହ ବାଜା ବଜାଇ ଗାଁ ଗାଁ ବୁଲି ଭୋଟ ମାଗୁଥିବା ଦେଖିବାକୁ ମିଳିଛି । ଆଜି ପ୍ରଥମେ ବିଜେଡି ଓ ବିଜେପି ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଥିଲା। ଏହାପରେ କଂଗ୍ରେସ ପକ୍ଷରୁ ମଧ୍ୟ ତାଲିକା ଘୋଷଣା କରାଯାଇଛି।

Related Posts