ପ୍ରକାଶ ପାଇବାରେ ଲାଗିଛି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଫଳାଫଳ। ଗୋଟିଏ ପରେ ଗୋଟିଏ ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ। ତୃତୀୟ ଦିନରେ ୨୩୧ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗଣତି ଚାଲିଥିବା ବେଳେ ସନ୍ଧ୍ୟା ୫ଟା ୨୫ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୧ଟି ଜୋନରୁ ବିଜେଡି ୭୬୪ଟି ଜୋନରେ ଆଗୁଆ ରହିଛି, ବିଜେପି ୪୩ ଏବଂ କଂଗ୍ରେସ ୩୭ଜୋନରେ ଆଗୁଆ ରହିଛି । ସେହିପରି ୩ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ଆଗୁଆ ରହିଥିବାବେଳେ ୪ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି ।
ସେପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ଏବେସୁଦ୍ଧା ହୋଇଥିବା ଗଣତିର ଫଳାଫଳ ପ୍ରକାଶ କରାଯାଇଛି । ଏଯାବତ୍ ସଦ୍ୟତମ ତଥ୍ୟ ମୁତାବକ ୮୫୧ ଜୋନରୁ ବିଜେଡି ୫୫୩ ଜୋନରେ ବିଜୟୀ, ୩୧ଟି ଜୋନରେ ବିଜେପି ବିଜୟୀ ହୋଇଥିବାବେଳେ କଂଗ୍ରେସ ୩୦ଟି ଓ ୬ଟି ଜୋନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏପଟେ ଆଜି ତୃତୀୟ ଦିନର ଗଣତି ଜାରି ରହିଛି ।





