
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଜୁଲାଇ ମାସ ପାଇଁ ଗାଇଡଲାଇନ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ମୁଖ୍ୟ ଶାସନ ସଚିବଙ୍କ ସୂଚନା ମୁତାବକ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକ୍ଡାଉନ୍ ଜାରି ରହିବ । ରାଜ୍ୟର ସମସ୍ତ ଜିଲ୍ଲାରେ ୧ ଜୁଲାଇ ସକାଳ ୫ ଟାରୁ ଜୁଲାଇ ୧୬ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ। ତେବେ ୩୦ ଜିଲ୍ଲାକୁ ଦୁଇଟି କାଟେଗୋରୀରେ ଯଥା ଏ ଏବଂ ବି ରେ ବିଭକ୍ତ କରାଯାଇଛି । କାଟେଗୋରୀ ଏରେ ରହିଛି ୨୦ଟି ଜିଲ୍ଲା । ଏ କାଟେଗୋରୀରେ ଥିବା ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଜିଲ୍ଲା ଗୁଡ଼ିକରେ ସପ୍ତାହାନ୍ତ ସଟ୍ ଡାଉନ୍ ରହିବ ନାହିଁ । ବସ୍ ଚଳାଚଳ ଏବଂ ଇନଡୋର ଆଉଟଡୋର୍ ସୁଟିଂକୁ ମଧ୍ୟ ଏହିସହୁ ଜିଲ୍ଲାରେ ଅନୁମତି ମିଳିଛି । ସେହିଭଳି କାଟେଗୋରୀ ବିରେ ୧୦ଟି ଜିଲ୍ଲା ରହିଛି । ଏହି କାଟେଗୋରୀରେ ଥିବା ଜିଲ୍ଲାରେ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । କ୍ୟାଟେଗୋରୀ ଏ ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ,ରାୟଗଡା, ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର।ସେହିପରି କ୍ୟାଟେଗୋରୀ ବି ଜିଲ୍ଲା ଗୁଡ଼ିକ ହେଲା- ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ । ଏହାସହ ସମଗ୍ର ରାଜ୍ୟରେ ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି । ତେବେ ସାରା ରାଜ୍ୟରେ ସେଲୁନ୍ ଦୋକାନ ଖୋଲିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ସପିଙ୍ଗ ମଲ୍, ପାର୍ଲର ଆଦି ଛାଡ଼ି ଆଉ ସବୁ ଦୋକାନ ଖୋଲିବ ପାଇଁ ସରକାର ଅନୁମତି ଦେଇଛନ୍ତି । ସେହିପରି ୨୦ ଜିଲ୍ଲାରେ ଇନ୍ଡୋର ଓ ଆଉଟଡୋର ସୁଟିଂକୁ ଅନୁମତି ମିଳିବ। ଏହି ୨୦ ଜିଲ୍ଲାରେ ସପ୍ତାହର ସାତ ଦିନ ପର୍ଯ୍ୟନ୍ତ ୨୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ଦୋକାନ ଖୋଲିବ ଏବଂ ସାପ୍ତାହିକ ହାଟ ମଧ୍ୟ ଖୋଲିବ। କ୍ୟାଟେଗୋରୀ ବି ରେ ଥିବା ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ଯାଏ ଦୋକାନ ଖୋଲିବ। ଏହି ୧୦ ଜିଲ୍ଲାରେ ମଲ୍, ପାର୍ଲର, ସ୍ପା ଛାଡ଼ି ସବୁ ଦୋକାନ ଖୋଲିବ। ସବୁ ଦୋକାନ ସକାଳ ୬ଟାରୁ ଦିନ ୨ଟା ଯାଏ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ତେବେ କ୍ୟାଟେଗୋରୀ ବି ରେ ଥିବା ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ ଏବଂ ଏହି ସବୁ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଅନୁମତି ମିଳି ନାହିଁ।