କୋଭିଡ ଟିକାର ୨ ଡୋଜ ନେଇ ସାରିଥିବା ଲୋକେ ପୁଣି ଥରେ ଟିକା ନେଇପାରିବେ ନାହିଁ : କେନ୍ଦ୍ର ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଦେଶରେ ବର୍ତ୍ତମାନ ଦିଆଯାଉଥିବା କୋଭିଡ୍ ଟିକା ମଧ୍ୟରୁ କେହି ଯଦି ଟିକାର ୨ଟି ଜାକ ଡୋଜ ନେଇ ସାରିଛନ୍ତି ତେବେ ଉକ୍ତ ବ୍ୟକ୍ତିଙ୍କୁ ତୃତୀୟ ଡୋଜ୍ ଟିକା ଦିଆଯାଇ ପାରିବ ନାହିଁ । ଏକ ମାମଲାରେ କେନ୍ଦ୍ର ସରକାର କେରଳ ହାଇକୋର୍ଟଙ୍କୁ ଏହି ଜବାବ ଦେଇଛନ୍ତି। କନ୍ନୁରର ଜନୈକ ବ୍ୟକ୍ତିଙ୍କ ଆବେଦନର ଶୁଣାଣିରେ କେରଳ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ମାଗିଥିବା ଜବାବରେ ଏହି ଉତ୍ତର ମିଳିଛି।

କେରଳର କନ୍ନୁରର ଜଣେ ୟାଚିକାକର୍ତ୍ତା କୋଭାକ୍ସିନ ଟିକାର ୨ଟି ଡୋଜ ନେଇ ସାରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ସାଉଦୀ ଆରବରେ କାମ କରୁଛନ୍ତି ଏବଂ ସେ ସେଠାକୁ ଯିବାକୁ ଚାହୁଁଛନ୍ତି। ତେବେ ସାଉଦୀ ଆରବ ସରକାର କୋଭାକ୍ସିନକୁ ମାନ୍ୟତା ଦେଉ ନଥିବାରୁ ସେ ପୁଣି ଥରେ କୋଭିସିଲ୍ଡ ଟିକା ନେବା ପାଇଁ କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏହି ମାମଲାରେ କେରଳ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ। ଏଥିରେ କେନ୍ଦ୍ର ସରକାର ଭାରତରେ ଉପଲବ୍ଧ ଟିକା ସମ୍ପର୍କରେ ନିଜର ପକ୍ଷ ରଖିଥିଲେ। ଦେଶରେ ଉପଲବ୍ଧ ଦୁଇଟି ଜାକ ଟିକା ମଧ୍ୟରୁ କେହି କୌଣସି ଟିକାର ଯଦି ୨ଟି ଜାକ ଡୋଜ ନେଇସାରିଛନ୍ତି ଓ ସେ ସୁସ୍ଥ ଅଛନ୍ତି ତାଙ୍କ ଲାଗି ପରବର୍ତ୍ତି ଟିକାକରଣର କୌଣସି ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ସରକାର କହିଛନ୍ତି ଯେ ତୃତୀୟ ଡୋଜ ଦେବା ପାଇଁ କୌଣସି ଆନ୍ତର୍ଜାତୀୟ ଗାଇଡଲାଇନ ନାହିଁ। ଟୀକାକରଣର ଅଧିକ ଡୋଜ ଗ୍ରହଣ କରିବା ଦ୍ବାରା ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଏବଂ ଏ ବାବଦରେ ଅନ୍ୟ କୌଣସି ଅଧ୍ୟୟନ କରାଯାଇ ନାହିଁ। ଏହି ମାମଲାରେ ଆବେଦନକାରୀଙ୍କ ଦାବିକୁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର କୋର୍ଟକୁ । “

୫୦ ବର୍ଷର ଗିରିକୁମାର ଏକ ପିଟିସନ ଦାଖଲ କରି କହିଛନ୍ତି ଯେ କୋଭାକ୍ସିନ ସାଉଦି ଆରବରେ ସ୍ୱୀକୃତିପ୍ରାପ୍ତ ନୁହେଁ ଏବଂ ତାଙ୍କ ଭିସା ସର୍ତ୍ତ ଅନୁଯାୟୀ ତାଙ୍କୁ ଅଗଷ୍ଟ ୩୦ ପୂର୍ବରୁ ସାଉଦି ଆରବକୁ ଫେରିବାକୁ ପଡ଼ିବ ନଚେତ୍ ସେ ଚାକିରି ହରାଇବେ। ଆବେଦନ ଅନୁଯାୟୀ, ଜାନୁଆରୀରେ ସାଉଦି ଆରବରେ COVID ଦ୍ବିତୀୟ ତରଙ୍ଗ ହେତୁ ସେ ଭାରତକୁ ଫେରିଥିଲେ ଏବଂ ଯେତେବେଳେ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ କେନ୍ଦ୍ର ସରକାର ଟିକା ପ୍ରଦାନ କରିଥିଲେ, ସେତେବେଳେ ସେ ପାସପୋର୍ଟର ବିବରଣୀ ବ୍ୟବହାର କରି Cowin ପୋର୍ଟାଲରେ ପଞ୍ଜୀକୃତ କରିଥିଲେ। ତାଙ୍କ ସୂଚନା ମୁତାବକ “ସେ ଏପ୍ରିଲ୍ ୧୭ ରେ ପ୍ରଥମ କୋଭାକ୍ସିନ୍ ଡୋଜ ପାଇଥିଲେ ଏବଂ ଦ୍ବିତୀୟ ମାସ ପରେ। କୋଭାକ୍ସିନ୍ ଗ୍ରହଣ କରିବା ପରେ ହିଁ ସେ ଜାଣିବାକୁ ପାଇଥିଲେ ଯେ ଏହା ସାଉଦି ସରକାରଙ୍କ ଦ୍ବାରା ଅନୁମୋଦିତ ନୁହେଁ।

Related Posts