ସୀମା ବିବାଦ ମଧ୍ୟରେ ମିଜୋରାମରେ ପେଟ୍ରୋଲ ,ଡିଜେଲ ସଙ୍କଟ: କାରକୁ ୧୦ , ଟ୍ରକକୁ ୫୦ଲିଟର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆସାମ ସହିତ ସୀମା ବିବାଦ ମଧ୍ୟରେ ମିଜୋରାମରେ ଇନ୍ଧନ ସଙ୍କଟ। ଜାତୀୟ ରାଜମାର୍ଗ-୩୦୬ରେ ଇନ୍ଧନ ନେଇଯାଉଥିବା ଟ୍ୟାଙ୍କର ସହିତ ଯାନବାହନ ଚଳାଚଳ ବନ୍ଦ କାରଣରୁ ମିଜୋରାମରେ ଏବେ ପେଟ୍ରୋଲ-ଡିଜେଲର ସଙ୍କଟ ଦେଖାଦେଇଛି । ଏଥିପାଇଁ ମିଜୋରାମ ସରକାର ଯାନବାହନ ପାଇଁ ଇନ୍ଧନର ପରିମାଣ ସ୍ଥିର କରିଛନ୍ତି । ଶୁକ୍ରବାର ଦିନ ରାଜ୍ୟର ଖାଦ୍ୟ, ନାଗରିକ ଯୋଗାଣ ଏବଂ ଉପଭୋକ୍ତା ବ୍ୟାପାର ବିଭାଗ ଦ୍ୱାରା ଏକ ନିର୍ଦ୍ଦେଶ ଜାରି କରି କୁହାଯାଇଛି ଯେ, ଅନ୍ତର୍ଜାତୀୟ ସୀମା ବିବାଦ କାରଣରୁ ରାଜ୍ୟରେ ଇନ୍ଧନ ଅଭାବର ସମସ୍ୟା ସୃଷ୍ଟି ହୋଇପାରେ । କାରଣ ଆସାମର ରାସ୍ତା ଦେଇ ମିଜୋରାମରେ ଇନ୍ଧନ ପହଞ୍ଚିଥାଏ ।

 ମିଜୋରାମ ସରକାର ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ କୌଣସି ଯାନ ପାଇଁ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ପେଟ୍ରୋଲ ଏବଂ ଡିଜେଲ ନଦେବାକୁ ସମସ୍ତ ଫିଲିଂ ଷ୍ଟେସନକୁ ନିର୍ଦ୍ଦେଶ ଦିଆଯାଇଛି।  କେବଳ ଫିଲିଂ ଷ୍ଟେସନ ଯାଇ ଗାଡିରେ ପେଟ୍ରୋଲ ଏବଂ ଡିଜେଲ ଭରାଯାଇପାରିବ । ଛଅ, ଆଠ ଏବଂ ବାର ଚକିଆ ଯାନ ଭଳି ଭାରୀ ମୋଟର ଯାନ ସର୍ବାଧିକ ୫୦ ଲିଟର ଏବଂ ପିକଅପ୍ ଭଳି ମୋଟର ଯାନ ପାଇଁ ୨୦ ଲିଟର ପର୍ଯ୍ୟନ୍ତ ଇନ୍ଧନ ଧାର୍ଯ୍ୟ କରାଯାଇଛି। 

 ମିଜୋରାମ୍ ସରକାର ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ ସ୍କୁଟର ପାଇଁ ତିନି ଲିଟର, ଅନ୍ୟ ଦୁଇ ଚକିଆ ଯାନ ପାଇଁ ପାଞ୍ଚ ଲିଟର ଏବଂ କାର ପାଇଁ ଦଶ ଲିଟର ଇନ୍ଧନ ଦିଆଯାଇପାରିବ। କେବଳ ଫିଲିଂ ଷ୍ଟେସନ ଯାଇ ଗାଡିରେ ପେଟ୍ରୋଲ ଏବଂ ଡିଜେଲ ଭରାଯାଇପାରିବ । ପାତ୍ର କିମ୍ବା ଗ୍ୟାଲନ୍ ବ୍ୟାରେଲରେ ଇନ୍ଧନ ନେବା ନିଷେଧ ବୋଲି ସରକାର ଘୋଷଣା କରିଛନ୍ତି। 

Related Posts