ବିଜେଡିରେ ପ୍ରଦୀପ ମିଶିବା ଥୟ; ଫେସବୁକ୍ କୋଟେଶନ ରେ ସ୍ପଷ୍ଟ କରିଦେଲେ ରାହୁଲଙ୍କ ସହ ହାତ ମିଳାଇ ଚାଲିବା ସମୟ ଶେଷ ହୋଇଗଲା।

ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ପ୍ରଦୀପ ଯେଉଁ ପୋଷ୍ଟ ଟେ ଫେସବୁକ୍ ରେ ପକେଇଲେ, ସେଥିରେ ସ୍ପଷ୍ଟ ଭାବରେ ଇଶାରା ଦେଇଛନ୍ତି ଯେ ସେ ଆଉ ରାହୁଲଙ୍କ ସହ ହାତମିଶାଇ ବେଶି ବାଟ ଆଗକୁ ବଢିବାର ସମ୍ଭାବନା ନାହିଁ। ପ୍ରଦୀପ ଦିଲ୍ଲୀରେ ରାହୁଲଙ୍କୁ ଭେଟିବାପରେ ଯେଉଁ ପୋଷ୍ଟ ଟେ କଲେ ସେଥିରେ ମାନବିକ ଅଧିକାର ସଂଗ୍ରାମର ବିଶ୍ବ ର ଅନ୍ୟତମ ସର୍ବକାଳୀନ ସଂଗ୍ରାମୀ ମାର୍ଟିନ ଲୁଥର୍ କିଙ୍ଗ ଙ୍କ ଏକ ଉକ୍ତିକୁ ଉଲ୍ଲେଖ କରିଛନ୍ତି। ଆଉ ସେହି କୋଟେଶନ୍ ରେ ସବୁ କଥା କହିଦେଇଛନ୍ତି ପ୍ରଦୀପ।

ସତ୍ୟପାଠ ( ବ୍ୟୁରୋ) : ଯଦିଓ ରାଜ୍ୟ କଂଗ୍ରେସ ର ଦମଦାର ଯୁବନେତା ତଥା କାର୍ଯକାରୀ ସଭାପତି ପ୍ରଦୀପ ମାଝୀ କଂଗ୍ରେସ ରେ ଅଛନ୍ତି ଓ ବିଜେଡ଼ି ରେ ମିଶିବେ ନାହିଁ ବୋଲି କହିଛନ୍ତି କିନ୍ତୁ ତାଙ୍କର ଫେସବୁକ୍ ପୋଷ୍ଟିଂର କୋଟେସନ୍ କହୁଛି କି ମାଝୀ ବାବୁ ଖୁବଶିଘ୍ର ବିଜେଡିରେ ମିଶୁଛନ୍ତି।

ପ୍ରଦୀପ କଂଗ୍ରେସ ଛାଡ଼ିବେ ନା ନାହିଁ, ଏ ଗେସିଙ୍ଗ ଗେମ୍ ପ୍ରାୟ ମାସେ ରୁ ଅଧିକ ସମୟ ଧରି ଜାରି ରହିଛି। ପ୍ରଥମେ କିଛିଦିନ ହଁ – ନା ଭିତରେ ଚାଲିଲା। ତା ପରେ ଏକ ନ୍ୟୁକ୍ ଚ୍ୟାନେଲ ରେ ପ୍ରଦୀପ ଏକ ସାକ୍ଷାତକାର ପରେ ସ୍ପଷ୍ଟ ହେଇଗଲା ଯେ ପ୍ରଦୀପ କଂଗ୍ରେସ ଛାଡ଼ିବା ଏକ ପ୍ରକାର ଥୟ । କେବଳ ବାକି ରହିଲା ବିଜେଡି ରେ ଆନୁଷ୍ଠାନିକ ଭାବରେ ଯୋଗଦେବାର ତାରିଖ ଘୋଷଣା।

ଠିକ୍ ଏତିକିବେଳେ ହଠାତ୍ ପ୍ରଦୀପଙ୍କ ର ଏକ ଫେସ୍ ବୁକ୍ ପୋଷ୍ଟିଂ ପୁଣି ଲୋକଙ୍କୁ କ୍ରମରେ ପକେଇ ଦେଲା । ଦିଲ୍ଲୀରେ ରାହୁଲ ଗାନ୍ଧୀ ଙ୍କୁ ଭେଟିବାପରେ, ରାହୁଲଙ୍କ ସହ ଗୋଟିଏ ଫୋଟୋ ସହ ମାର୍ଟିନ ଲୁଥର କିଙ୍ଗ ଜୁନିୟାରଙ୍କ ଏକ କୋଟେସନ୍ କୁ ଫେସବୁକ୍ ପୋଷ୍ଟିଙ୍ଗ କଲେ। ତାପରେ ଦିଲ୍ଲୀରେ ମିଡ଼ିଆକୁ କହିଲେ ଯେ ସେ କଂଗ୍ରେସ ଛାଡୁନାହାନ୍ତି ବୋଲି। ତା ପରଠାରୁ ପ୍ରଦୀପ ବିଜେଡି କ୍ୟାମ୍ପ ଯିବେ ନ ନାହିଁ, ସେହି ହଁ ଆଉ ନା ଭିତରେ ପୁଣି ଆରମ୍ଭ ହେଇଯାଇଛି ଆକଳନ। ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ପ୍ରଦୀପ ଯେଉଁ ପୋଷ୍ଟ ଟେ ଫେସବୁକ୍ ରେ ପକେଇଲେ, ସେଥିରେ ସ୍ପଷ୍ଟ ଭାବରେ ଇଶାରା ଦେଇଛନ୍ତି ଯେ ସେ ଆଉ ରାହୁଲଙ୍କ ସହ ହାତମିଶାଇ ବେଶି ବାଟ ଆଗକୁ ବଢିବାର ସମ୍ଭାବନା ନାହିଁ। ପ୍ରଦୀପ ଦିଲ୍ଲୀରେ ରାହୁଲଙ୍କୁ ଭେଟିବାପରେ ଯେଉଁ ପୋଷ୍ଟ ଟେ କଲେ ସେଥିରେ ମାନବିକ ଅଧିକାର ସଂଗ୍ରାମର ବିଶ୍ବ ର ଅନ୍ୟତମ ସର୍ବକାଳୀନ ସଂଗ୍ରାମୀ ମାର୍ଟିନ ଲୁଥର୍ କିଙ୍ଗ ଙ୍କ ଏକ ଉକ୍ତିକୁ ଉଲ୍ଲେଖ କରିଛନ୍ତି। ଆଉ ସେହି କୋଟେଶନ୍ ରେ ସବୁ କଥା କହିଦେଇଛନ୍ତି ପ୍ରଦୀପ।

ଉକ୍ତି ଟି ହେଉଛି, “ ସେ ଓ ରାହୁଲ ଆକାଶ ରେ ପକ୍ଷୀ ଭଳି ଉଡ଼ିଛନ୍ତି, ଗଭୀର ସମୁଦ୍ରରେ ମାଛ ଭଳି ପହଁରିଛନ୍ତି, ମାତ୍ର ଅବଶୋଷ ପୃଥିବୀର ମାଟି ଉପରେ ଦୁଇ ଜଣ ଭାଇ ଭାଇ ଭଳି ହାତ ଧରାଧରି ହୋଇ ଚାଲିବା ଶିଖି ପାରିଲେନି।“ ଅର୍ଥାତ୍ ଏବେ ସମୟ ଅଲଗା ଅଲଗା ରାସ୍ତା ରେ ଆଗକୁ ଚାଲିବାର। ସେଦିନ ର ଫେସବୁକ୍ ପୋଷ୍ଟିଂଗ ରେ ରାହୁଲଙ୍କ ସହ ସାଥୀ ହୋଇ ଫୋଟୋ ପୋଜ୍ କୁ ଦେଖି ମିଡ଼ିଆରେ ଚର୍ଚା ଚାଲିଲା ଯେ ପ୍ରଦୀପ ଆଉ କଂଗ୍ରେସ ଛାଡିବାର ନାହିଁ। ଏଵଂ ରାହୁଲଙ୍କ ସହ ଆଲୋଚନା ପରେ ପ୍ରଦୀପ ଦଳ ଛାଡିବା ନିଷ୍ପତ୍ତି ରୁ ଓହରିଗଲେ ବୋଲି। ମାତ୍ର ଫୋଟୋ ତଳେ ଯେଉଁ ଲେଖା ଟି ଛାଡିଛନ୍ତି ସେଥିରେ କହିଦେଇଛନ୍ତି ମନର କଥା।

ଏହା ପୂର୍ବରୁ ଅବଶ୍ୟ TV ଚ୍ୟାନେଲରେ ନିଜେ ପ୍ରଦୀପ ମାଝୀ ଇସାରା ଦେଇସାରିଥିଲେ ଯେ ସେ ଯେଉଁ ଆଦର୍ଶକୁ ଧରି ରାଜନୀତି କରୁଛନ୍ତି ତାହା ବଦଳାଇପାରିବେ ନାହିଁ । ମାତ୍ର ଦଳ ବଦଳାଇବାରେ ଅସୁବିଧା ନାହିଁ । ଆଦର୍ଶଗତ ଭାବେ କଂଗ୍ରେସ ଓ ବିଜେଡ଼ି ମଧ୍ୟରେ ବିଶେଷ ଫରକ୍ ସେ ଦେଖୁନାହାନ୍ତି ବୋଲି ପ୍ରଦୀପ କହିଛନ୍ତି । ଏଭଳି ମନ୍ତବ୍ୟ ଜରିଆରେ ପ୍ରଦୀପ ଜଣାଇ ଦେଇଛନ୍ତି ଯେ ବିଜେଡ଼ିର ନୀତି, ଆଦର୍ଶରେ ସେ ଖାପ ଖାଉଛନ୍ତି । ତେଣୁ ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସରେ ରହି ନିଜ ଭବିଷ୍ୟତ କୁ ବରବାଦ କରିବା ଅପେକ୍ଷା ବିଜେଡ଼ିକୁ ଚାଲିଯାଇ ଭାଗ୍ୟ ବଦଳେଇବା ପାଇଁ ରିସ୍କ ନେବା ଶ୍ରେୟସ୍କର ।

ରାହୁଲ ଗାନ୍ଧୀଙ୍କ ଆଶୀର୍ବାଦ ଥିବା ସତ୍ତ୍ୱେ ପ୍ରଦୀପ ମାଝୀ କଂଗ୍ରେସ ପ୍ରତି କେବେଠୁ ବିମୁଖ ହୋଇସାରିଲେଣି । ନିରଞ୍ଜନ ପଟ୍ଟନାୟକଙ୍କ ସହ ତାଙ୍କର ସମ୍ପର୍କ ଖରାପ ନ ଥିଲେ ମଧ୍ୟ ଏଠି ଦଳର ଭବିଷ୍ୟତ ନେଇ ତାଙ୍କର ଆଶଙ୍କା ବଢ଼ିଯାଇଛି । କଂଗ୍ରେସରେ ଶୁଖିଲାରେ ପଡ଼ି ସମୟ ବରବାଦ କରିବାକୁ ଚାହୁଁନାହାନ୍ତି । ସ୍ଥାଣୁ ହୋଇଗଲେ କ୍ୟାରିୟର୍ ପ୍ରତି ବିପଦ ବୋଲି ଅନେକ ଦିନ ତଳୁ ତାଙ୍କ ମନରେ ଛନକା ପଶିଛି । ସେ ବିଜେପିରେ ଯୋଗଦେଉଥିବା ପୂର୍ବରୁ ଜୋର୍ ଚର୍ଚ୍ଚା ହୋଇଥିଲା । ପ୍ରଦୀପଙ୍କ ସମର୍ଥକମାନେ ବିଜେପିରେ ଯୋଗଦାନ ସମ୍ଭାବନାକୁ ମଧ୍ୟ ଅସ୍ୱୀକାର କରି ନ ଥିଲେ । ତେବେ ପରବର୍ତ୍ତୀ ସମୟରେ ପ୍ରଦୀପ ନିଜର ନିଷ୍ପତ୍ତି ବଦଳାଇଥିବା କୁହାଯାଉଛି । ବିଜେପି ନୀତି ଆଦର୍ଶରେ ସାମିଲ ହେବା ତାଙ୍କ ପାଇଁ ବୁମେରାଂ ହେବ ବୋଲି କୁଆଡ଼େ ତାଙ୍କର ଅନୁଭବ ହୋଇଛି । ଏହି ଦୃଷ୍ଟିରୁ ବିଜେଡ଼ି ତାଙ୍କ ପାଇଁ ଭଲ ପ୍ଲାଟଫର୍ମ ହେବ ବୋଲି ସେ ବୁଝିଥିବା ତାଙ୍କ ସମର୍ଥକ ମହଲରୁ ସୁଚନା ମିଳିଛି ।

ସେ ଯାହା ହେଉନା କାହିଁକି ଯେମିତି ତରିକାରେ ଓ ଖୋଜି ଖୋଜି ଯେଉଁ କୋଟେଶନ ଟେ ଜରିଆରେ ପ୍ରଦୀପ ଦଳ ଛାଡିବା ସଂକେତ ଟେ ଦେଇଛନ୍ତି ସେଇଟା ନିଶ୍ଚିତ ଭାବରେ ପ୍ରଶଂସା ଯୋଗ୍ୟ।

Related Posts