ପ୍ରଧାନମନ୍ତ୍ରୀ ହୀନ ରାଜନିତୀ କରିବାରେ ବ୍ୟସ୍ତ:ନରସିଂହ ମିଶ୍ର

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣ ରୋକିବାକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟେ କରିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଏକ ପ୍ରେସ ବିବୃତିରେ ଶ୍ରୀ ମିଶ୍ର କହିଛନ୍ତି କରୋନା ସଂକ୍ରମଣକୁ ରୋକିବାରେ କେନ୍ଦ୍ରସରକାର ସମ୍ପୁର୍ଣ୍ଣ ବିଫଳ ହେବା ସହ ସଂକ୍ରମଣ ନବଢିବା ପାଇଁ କିଛି ଉପଯୁକ୍ତ ପଦକ୍ଷେପ ନ ନେଇ ହୀନ ରାଜନିତୀରେ ବ୍ୟସ୍ତ । କରୋନା ସଂକ୍ରମଣକୁ ଅଣ ଦେଖା କରି ପଶ୍ଚିମ ବଙ୍ଗରେ ନିର୍ବାଚନ ପ୍ରଚାର କରୁଛନ୍ତି । ଯାହାର କୁପ୍ରଭାବ ସାରା ଦେଶରେ କରୋନା ଲଢେଇ ଉପରେ ପଡୁଛି । ଓଡିଶାରେ ଅକ୍ସିଜେନ ସିଲିଣ୍ଡର, ଔଷଧ, ଏମ୍ବୁଲାନ୍ସ, ଡାକ୍ତରଖାନା ଶଯ୍ୟା, କରୋନା ଟିକା ଅଭାବ ଦେଖା ଦେଇଛି । ଏମିତିକି ମୁଖ୍ୟମନ୍ତ୍ରୀ ଅନୁରୋଧ କରିବା ସ୍ୱତ୍ତେ ଅଣ ଦେଖା କରୁଛନ୍ତି । କେବଳ ସେତିକି ନୁହେଁ ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଫୋନ୍ ଗ୍ରହଣ କରୁନାହାନ୍ତି । ଏପରି ମହାମାରୀ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ହାନୀ ପାଇଁ କେନ୍ଦ୍ର ସରକାର ଦାୟୀ ବୋଲି ସେ କହିଛନ୍ତି । ଶ୍ରୀ ମିଶ୍ର ଚେତାଇ ଦେଇଛନ୍ତି ରାଜ୍ୟ ସରକାର ଚୁପ ବସି ରହିଲେ ହବନି, ସମସ୍ତ ଶକ୍ତି ଖଟାଇ ଲୋକମାନଙ୍କ ଜୀବନ ରକ୍ଷା ପାଇଁ ପଦକ୍ଷେପ ନେବା ସହ ବାହାର ରାଜ୍ୟରୁ ଅସୁ୍‌ଥିବା ଲୋକଙ୍କୁ ପରିକ୍ଷା କରିବା ନିହାତି ଜରୁରୀ ।
ଗତକାଲି କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ପୁର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପତ୍ର ଲେଖିଛନ୍ତି । ମନମୋହନ ସିଂହ ମୋଦୀଙ୍କ ପାଖକୁ ଲେଖିଥିବା ଚିଠିରେ କରୋନା ନିୟନ୍ତ୍ରଣ ପାଇଁ ୫ଟି ସୁତ୍ର ବତାଇଛନ୍ତି । ସେହିପରି ପଶ୍ଚିମବଙ୍ଗରେ କରୋନା ସଂକ୍ରମଣକୁ ରୋକିବା ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରସରକାରଙ୍କ ସହାୟତା ଲୋଡିବା ପୁର୍ବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପତ୍ର ଲେଖିଛନ୍ତି ଓ ରାଜଧାନୀ ଦିଲ୍ଳୀର ସ୍ଥିତି ବାବଦରେ ମୁଖ୍ୟମନ୍ତ୍ରୀ କେଜରିୱାଲ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଫୋନ କରି ଅବଗତ କରାଇଛନ୍ତି । ଏହା ସହିତ ପରିସ୍ଥିତି ବାବଦରେ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

Related Posts