ସିବିଆଇ ଅଫିସରେ ହାଜର ହେଲେ ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ର ଶୁକ୍ରବାର ଭୁବନେଶ୍ୱରସ୍ଥିତ ସିବିଆଇ ଅଫିସରେ ହାଜର ହୋଇଛନ୍ତି। ସିବିଆଇ କାହିଁକି ନୋଟିସ କରିଥିଲା, କ’ଣ ପାଇଁ ଡାକିଛି ମୁଁ ଜାଣି ନ ଥିବା କହିଛନ୍ତି ମହିମାନନ୍ଦ। ଆଇନ ଉପରେ ତାଙ୍କର ଯଥେଷ୍ଟ ଭରସା ଅଛି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ତେବେ ସୂଚନା ଅନୁସାରେ ଗତକାଲି ମହିମା ମିଶ୍ରଙ୍କ କଟକ ଓ ପାରାଦୀପ ସ୍ଥିତ ସମସ୍ତ ବାସଭବନ ଓ ଅଫିସ ଗୁଡିକରେ ଚଢାଉ କରିଥିଲା ସିବିଆଇ । ଏହାପରେ ଆଜି ସେ ସିବିଆଇ ଅଫିସରେ ହାଜର ହୋଇଛନ୍ତି।

Related Posts