ଅଦାଲତରେ ସ୍ଥାନୀୟ ଭାଷାକୁ ପ୍ରୋତ୍ସାହନ ଦିଅ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିମାନଙ୍କ ମିଳିତ ସମ୍ମିଳନୀରେ ଉଦ୍‌ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ | ଏହି ଅବସରରେ ପ୍ରଧାନମନ୍ତ୍ରୀ ଅଦାଲତରେ ସ୍ଥାନୀୟ ଭାଷାକୁ ପ୍ରୋତ୍ସାହନ ଦେବା ଲାଗି ମତ ଦେଇଛନ୍ତି | ଯାହାଫଳରେ ସାଧାରଣ ନାଗରିକଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ, ଅଦାଲତରେ ଆମେ ଅଞ୍ଚଳିକ ଭାଷାକୁ ପ୍ରୋତ୍ସାହନ ଦେବା ଆବଶ୍ୟକ। ଏହା କେବଳ ସାଧାରଣ ନାଗରିକମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିବ ନାହିଁ, ସେମାନଙ୍କୁ ବିଚାର ବ୍ୟବସ୍ଥା ସହିତ ସଂଶ୍ଳିଷ୍ଟ ହୋଇଥିବା ପରି ଅନୁଭବ କରାଇବ।

ସମ୍ମିଳନୀରେ ସରକାରଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ, କେନ୍ଦ୍ର ସରକାର ୧୪୫୦ଟି ଅପ୍ରାସଙ୍ଗିକ ଆଇନ ଉଚ୍ଛେଦ କରିଥିବା ବେଳେ ରାଜ୍ୟ ସରକାରମାନେ ସେଥିରୁ ୭୫ଟି ଆଇନ ଉଚ୍ଛେଦ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ୨୦୧୫ରେ ଆମେ ଏଭଳି ୧୮୦୦ ଅପ୍ରାସଙ୍ଗିକ ଆଇନ ଚିହ୍ନଟ କରିଥିଲୁ। ସେଥିରୁ ୧୪୫୦ ଆଇନକୁ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି। କିନ୍ତୁ, ରାଜ୍ୟ ସରକାରମାନେ ମାତ୍ର ୭୫ଟି ସେଭଳି ଆଇନ ଉଚ୍ଛେଦ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ, ଭାରତ ସ୍ବାଧୀନତାର ୭୫ତମ ବାର୍ଷିକୀ ପାଳନ କରୁଥିବା ବେଳେ ସମସ୍ତଙ୍କୁ ଅନାୟାସରେ ତୁରନ୍ତ ବିଚାର ମିଳିପାରିବା ଭଳି ନ୍ୟାୟିକ ବ୍ୟବସ୍ଥା ସୃଷ୍ଟି କରାଯିବା ଉପରେ ଧ୍ୟାନ ଦିଆଯିବା ଉଚିତ।

ଏହି ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଭାରତର ପ୍ରଧାନ ବିଚାରପତି ଏନ୍‌. ଭି. ରମନା କହିଛନ୍ତି, ଆମ ସମ୍ବିଧାନର ତିନିଟି ସ୍ତମ୍ବକୁ ସ୍ୱତନ୍ତ୍ର ଅଧିକାର ଦିଆଯାଇଛି । ଆମେ ଆମର କାର୍ଯ୍ୟ କରିବା ସମୟରେ ଆମର ଲକ୍ଷ୍ମଣ ରେଖାରୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଆବଶ୍ୟକ । ଏଥିସହ ଜନସ୍ୱାର୍ଥ ମାମଲା ତଥା ପିଆଇଏଲ ଅପବ୍ୟବହାର ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନ ବିଚାରପତି । ରାଜନୈତିକ ଏବଂ ବ୍ୟକ୍ତିଗତ ସ୍ୱାର୍ଥକୁ ଗରୁତ୍ୱ ଦେଈ ପିଆଇଲ କରାଯାଉଥିବା କହିଛନ୍ତି ପ୍ରଧାନ ବିଚାରପତି ।

Related Posts