ପଞ୍ଜାବ ଇଲେକ୍ସନ; ଏଣିକି ଦିଲ୍ଲୀର ସମସ୍ତ ସରକାରୀ କାର୍ଯ୍ୟାଳୟରେ ନେତାଙ୍କ ବଦଳରେ ରହିବ ଭଗତ ସିଂହ ଓ ବାବା ସାହେବ ଆମ୍ବେଦକରଙ୍କ ଫଟୋ; ବିରୋଧୀ କହିଲେ ଦଳିତଙ୍କ ଭୋଟ ହାତେଇବା ପାଇଁ କେଜ୍ରିୱାଲଙ୍କ ନୂଆ ପ୍ଲାନ

ଚଣ୍ଡିଗଡ଼(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ଘୋଷଣା କରିଛନ୍ତି । ତେବେ ଦିଲ୍ଲୀର ସମସ୍ତ ସରକାରୀ କାର୍ଯ୍ୟାଳୟମାନଙ୍କରେ ନେତାଙ୍କ ଫଟୋ ବଦଳରେ ଭଗତ ସିଂହ ଓ ବାବା ସାହେବ ଆମ୍ବେଦକରଙ୍କ ଫଟୋ ରହିବ । ଏପରିକି କୌଣସି କାର୍ଯ୍ୟାଳୟରେ ନେତା କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଫଟୋ ରଖିବୁ ନାହିଁ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । କିଏ ଏହାକୁ ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜ୍ରିୱାଲଙ୍କ ନୂଅ ପ୍ଲାନ କହୁଛି ତ ଆଉ କିଏ ଏପରି କରି ପଞ୍ଜାବରେ ଦଳିତଙ୍କ ଭୋଟ ଆପ ହାତେଇବାର ଯୋଜନାରେ ରହିଛି ବୋଲି କହୁଛି । ଏହାକୁ ନେଇ ଦେଶରେ ରାଜନୀତି ମଧ୍ୟ ଜୋରଦାର ଚାଲିଛି । ସେପଟେ ପଞ୍ଜାବ ବିଧାନସଭା ନିର୍ବାଚନରେ ଦଳିତଙ୍କ ଭୋଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଭଳି ପରିସ୍ଥିତିରେ ପ୍ରତ୍ୟେକ ରାଜନୈତିକ ଦଳ ଏହି ଭୋଟ୍ ସପକ୍ଷରେ ପାଇବାକୁ ଚେଷ୍ଟା କରୁଛନ୍ତି। ଏଭଳି ପରିସ୍ଥିତିରେ ଦଳିତଙ୍କ ଭୋଟକୁ ପୂରଣ କରିବା ପାଇଁ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ସରକାରୀ କାର‌୍ୟ୍ୟାଳୟରେ ବାବାସାହେବ ଓ ଭଗତ ସିଂହଙ୍କ ଫଟୋ ସ୍ଥାପନ କରିବା କଥା କହିଛନ୍ତି। ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ଅନ୍ୟପଟେ ୨୦୧୧ ଜନଗଣନା ଅନୁଯାୟୀ ପଞ୍ଜାବର ଜନସଂଖ୍ୟା ୨୭ କୋଟିରୁ ଅଧିକ। ଯେଉଁଥିରେ ଜାଟ ଓ ଶିଖ ୨୫ ପ୍ରତିଶତ ରହିଥିବାବେଳେ ଦଳତଙ୍କ ଜନସଂଖ୍ୟା ୩୨ ପ୍ରତିଶତ ରହିଛି । ଏପରିକି ରାଜ୍ୟ ରାଜନୀତିରେ ମଧ୍ୟ ତାଙ୍କର ଭଲ ପ୍ରଭାବ ରହିଛି ବୋଲି ବିବେଚନା କରାଯାଏ। ଏଭଳି ପରିସ୍ଥିତିରେ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀିକୁ ଟାର୍ଗେଟ କରିଥିବାର କୁହାଯାଉଛି । ଯଦି ଆମେ ରାଜ୍ୟରେ ଦଲିତଙ୍କ ରାଜନୈତିକ ପ୍ରଭାବକୁ ଦେଖିବା, ତେବେ ପଞ୍ଜାବର ୧୧୭ ଟି ବିଧାନସଭା ଆସନ ମଧ୍ୟରୁ ୫୦ ଟି ସିଟ୍ ଏପରି ଯେଉଁଠାରେ ଦଲିତଙ୍କ ଭୋଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ପ୍ରତ୍ୟେକ ଦଳ ଏହି ଭୋଟ୍ ବ୍ୟାଙ୍କ ପାଇବାକୁ ଚେଷ୍ଟା କରୁଛନ୍ତି। ସେପଟେ କଂଗ୍ରେସ ମଧ୍ୟ ଏହାକୁ ଦୃଷ୍ଟିରେ ରଖି ପଞ୍ଜାବରେ କ୍ୟାପଟେନଙ୍କ ବଦଳରେ ଜଣେ ଦଳିତଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ତେଣୁ କେଜ୍ରିୱାଲଙ୍କ ଏପରି ପଦକ୍ଷେପରୁ ସ୍ପଷ୍ଟ ବାରି ହେଇଯାଉଛି ଯେ ପଞ୍ଜାବକୁ ଆଖି ଆଗରେ ରଖି ଦିଲ୍ଲୀରେ ଏପରି ନିଷ୍ପତ୍ତ ନେଇଛନ୍ତି ।

Related Posts