“ଭାଷଣ ଦେବା ପୂର୍ବରୁ ହିନ୍ଦୁତ୍ବ ର ଇତିହାସକୁ ବିଜେପି ଆଗ ପଢ଼ିବା ଦରକାର” ଶିବସେନା

ମୁମ୍ବାଇ(ସତ୍ୟପାଠ ବ୍ୟୁରୋ): ଭାରତୀୟ ଜନତା ପାର୍ଟି ଓ ଶିବସେନା ମଧ୍ୟରେ ହିନ୍ଦୁତ୍ୱ ପ୍ରସଙ୍ଗକୁ ନେଇ ବାକ ଯୁଦ୍ଧ ଚାଲିଛି । ଏହା ମଧ୍ୟରେ ଶିବସେନା ସାଂସଦ ସଞ୍ଜୟ ରାଉତ ହିନ୍ଦୁତ୍ୱକୁ ନେଇ ବିଜେପିକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ନୂତନ ବିଜେପି ନେତାମାନେ ମନେ ରଖିବା ଉଚିତ ଯେ ପ୍ରଥମେ ହିନ୍ଦୁତ୍ୱ ପ୍ରସଙ୍ଗରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳ ହେଉଛି ଶିବସେନା। ବିଜେପିର ନୂଆ ନେତା ଇତିହାସ ବିଷୟରେ ଅବଗତ ନୁହଁନ୍ତି ଜ୍ଝ କେହି କେହି ତାଙ୍କ ଇତିହାସର ପୃଷ୍ଠାଗୁଡ଼ିକୁ ଚିରି ଦେଇଛନ୍ତି ଜ୍ଝ କିନ୍ତୁ ଆମେ ସମୟ ସମୟରେ ସେମାନଙ୍କୁ ଜଣାଇବୁ ଜ୍ଝ ଶିବସେନା ମହାରାଷ୍ଟ୍ରରେ ବିଜେପିକୁ ତଳୁ ଉପରକୁ ନେଇଛି ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି । ଏହା ସହ ସଞ୍ଜୟ ରାଉତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିବୃତ୍ତିକୁ ଦୋହରାଇଛନ୍ତି ଏବଂ କହିଛନ୍ତି ଯେ ବିଜେପି କେବଳ କ୍ଷମତା ପାଇଁ ହିନ୍ଦୁତ୍ୱ ବ୍ୟବହାର କରୁଛି ବୋଲି ସଞ୍ଜୟ ରାଉତ କହିଛନ୍ତି ।

ସେପଟେ ବିଜେପି ବିଧାୟକ ଆଶିଷ ଶେଲାର ଏହାର କଡ଼ା ଜବାବ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଯଦି ତୁମେ ତୁମର ଇତିହାସକୁ ଭୁଲିଯିବା ଏବଂ କେବଳ କ୍ଷମତା ପାଇଁ ଆଶ୍ରୟ ନେବାକୁ ଚାହୁଁଛ, ତେବେ ତୁମେ ଠାକୁରଙ୍କ ନେତୃତ୍ୱାଧୀନ ଏମବିଏ ସରକାରଙ୍କ ଏହି ଘଟଣାକୁ ଦେଖିବା ଉଚିତ୍ । ଟିପୁ ସୁଲତାନ ଭାରତ ଉପରେ ଆକ୍ରମଣ କରିଥିଲେ ଏବଂ ଠାକରେ ସରକାରଙ୍କ ଜଣେ ମନ୍ତ୍ରୀ ତାଙ୍କ ନାମରେ କିଛି ସ୍ଥାପନ କରୁଛନ୍ତି। ଶେଲାର କହିଛନ୍ତି ଯେ ଶିବସେନା ଏହା ଉପରେ ନୀରବ ଅଛନ୍ତି କିନ୍ତୁ ଆମେ ଏଭଳି କାର‌୍ୟ୍ୟକୁ ବିରୋଧ କରୁଛୁ। ବୋଲି ବିଜେପି ବିଧାୟକ ଆଶିଷ ଶେଲାର କହିଛନ୍ତି । ଅନ୍ୟପଟେ ବାବ୍ରି ମସଜିଦ ଭାଙ୍ଗିବା ପରେ ଉତ୍ତର ଭାରତରେ ଶିବସେନା ତରଙ୍ଗ ଥିଲା । ସେହି ସମୟରେ ଦେଶରେ ଆମର ଜଣେ ପ୍ରଧାନମନ୍ତ୍ରୀ ଥାନ୍ତେ କିନ୍ତୁ ଆମେ ବିଜେପି ପାଇଁ ଏହା ଛାଡ଼ିଥିଲୁ । କେବଳ ଶକ୍ତି ପାଇଁ ବିଜେପି ହିନ୍ଦୁତ୍ୱ ବ୍ୟବହାର କରେ ବୋଲି ସଞ୍ଜୟ ରାଉତ କହିଛନ୍ତି ।

Related Posts