ପଞ୍ଜାବ ସରକାର ଘରୋଇ ଡାକ୍ତରଖାନା ଗୁଡ଼ିକୁ କୋଭିଡ୍ ଟିକା ବିକ୍ରି କରିବା ଉଚିତ ନଥିଲା : ପି ଚିଦାମ୍ବରମ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋରୋନା ଟିକା ପ୍ରାଇଭେଟ ହସପିଟାଲକୁ ବିକ୍ରିକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ କହିଛନ୍ତି ଯେ ପଞ୍ଜାବ ସରକାର ଘରୋଇ ଡାକ୍ତରଖାନା ଗୁଡ଼ିକରେ କୋଭିଡ୍ ଟିକା ବିକ୍ରି କରିବା ଉଚିତ ନଥିଲା। ଚିଦାମ୍ବରମ୍ କହିଛନ୍ତି ଯେ,” ମୁଁ ସ୍ବୀକାର କରୁଛି ଯେ ପଞ୍ଜାବ ସରକାରଙ୍କୁ ଘରୋଇ ଡାକ୍ତରଖାନା ଗୁଡିକୁ ଟିକା ଦେବା ଉଚିତ୍ ନଥିଲା । କିନ୍ତୁ ସେମାନେ ବ୍ୟକ୍ତିଗତ ଭାବରେ ଦେଇଥିବା ଟିକା ଅନୁପାତ କେତେ ବୋଲି ସେ ପ୍ରଶ୍ନ କରିଛନ୍ତି ? ଏହା ବୋଧହୁଏ ୧-୨ ପ୍ରତିଶତ ହେବ ବୋଲି ସେ କହିଛନ୍ତି। ପଞ୍ଜାବ ସରକାର ବର୍ତ୍ତମାନ ଏହାକୁ ସଂଶୋଧନ କରିଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ କହିଛନ୍ତି । ” ସେ ଆହୁରି ମଧ୍ୟ କହିଛନ୍ତି ଯେ , ” ସବୁଠାରୁ ବଡ଼ କଥା ହେଉଛି ସରକାର ନିଜ ଭୁଲରୁ ଶିଖିଛନ୍ତି। ସେମାନେ ଦୁଇଟି ଗୁରୁତ୍ତର ଭୁଲ କରିଛନ୍ତି ଏବଂ ସେହି ଭୁଲଗୁଡ଼ିକୁ ସଂଶୋଧନ କରିବା ପାଇଁ ଉଦ୍ୟମ ମଧ୍ୟ କରିଛନ୍ତି। କିନ୍ତୁ ସେ ପ୍ରଧାନମନ୍ତ୍ରୀ ଭଳି ସବୁଦିନ ବିରୋଧୀଙ୍କୁ ଦାୟୀ କରୁନାହାନ୍ତି ।” ସୂଚନାଯୋଗ୍ୟ ଏହି ଘଟଣାକୁ ନେଇ ବିରୋଧୀ କ୍ୟାପଟେନ୍ ସରକାରଙ୍କୁ ଜୋରଦାର ଟାର୍ଗେଟ କରି ଥିଲେ। ଏହା ପରେ ଗତ ଶୁକ୍ରବାର ଦିନ ଘରୋଇ ଡାକ୍ତରଖାନାକୁ ଟିକା ବିକ୍ରୟକୁ ବନ୍ଦ ଘୋଷଣା କରିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ବଲବୀର ସିଂ ସିଦ୍ଧୁ ।

Related Posts