ପ୍ରଧାନମନ୍ତ୍ରୀଙ୍କୁ ଭେଟିବାରେ କଣ ଭୁଲ୍ , ସେ ନଓ୍ବାଜ ସରିଫ ନୁହନ୍ତି : ଉଦ୍ଧବ ଠାକରେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଲ୍ଲୀରେ ଭେଟିଥିଲେ। ଆଜି ଏହି ଭେଟଘାଟ କୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ,ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ କ୍ୟାବିନେଟ ମନ୍ତ୍ରୀ ଅଶୋକ ଚୌହାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିଲ୍ଲୀ ଯାଇ ସାକ୍ଷାତ କରିଛନ୍ତି। ଏହି ବୈଠକରେ ମରାଠା ସଂରକ୍ଷଣ ଓ ବାତ୍ୟା ତଉକତେ କ୍ଷୟକ୍ଷତି, ଜିଏସଟି କ୍ଷତି ପୂରଣ ଭଳି ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ତେବେ ଏହି ଭେଟଘାଟକୁ ନେଇ ଉଦ୍ଧବ ଠାକରେ କହିଛନ୍ତି ଯେ, ” ଯଦିଓ ଆମେ ରାଜନୈତିକ ସ୍ତରରେ ଏକାଠି ନାହୁଁ, ଏହାର ଅର୍ଥ ନୁହେଁ ଯେ ଆମର ସମ୍ପର୍କ ଶେଷ ହୋଇଯାଇଛି । ମୁଁ କୌଣସି ନୱାଜ ସରିଫ (ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ)ଙ୍କୁ ଭେଟିବାକୁ ଯାଇ ନଥିଲି। ତେଣୁ ଯଦି ମୁଁ ତାଙ୍କୁ ବ୍ୟକ୍ତିଗତ ଭାବରେ ସାକ୍ଷାତ କରେ ତେବେ ସେଥିରେ କ’ଣ ଭୁଲ ଅଛି। ଠାକରେ ଆହୁରି ମଧ୍ୟ କହିଛନ୍ତି ଯେ ମରାଠୀ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବା ପ୍ରସଙ୍ଗ ମଧ୍ୟ କେନ୍ଦ୍ରରେ ବିଚାରାଧୀନ ରହିଛି। ସେ କହିଛନ୍ତି ଯେ ଏହି ପ୍ରସଙ୍ଗଗୁଡିକ ଉପରେ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ଆଶ୍ଵାସନା ଦେଇଛନ୍ତି। ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବୈଠକ।

Related Posts