୧୨୦ କୋଟି ଟଙ୍କା ବ୍ୟୟରେ ପୁରୀ ବେଳାଭୂମିର ହେବ ନବକଳେବର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀ ହେଉଛି ଓଡ଼ିଶା ପର୍ଯ୍ୟଟନର ପେଣ୍ଠସ୍ଥଳୀ। ଏଠାକୁ ସାଧାରଣତଃ ଶ୍ରୀମନ୍ଦିର ଓ ବିସ୍ତୀର୍ଣ୍ଣ ବେଳାଭୂମି ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ।ଏଥିପାଇଁ ପର୍ଯ୍ୟଟନ ସହର ପୁରୀରେ ବିଭିନ୍ନ ବିକାଶ ଓ ଉନ୍ନୟନ ମୂଳକ କାମ ଜାରି ରହିଛି। ଏସବୁ ଭିତରେ ପୁରୀ ବେଳାଭୂମି ମଧ୍ୟ ଏଥିରୁ ବାଦ୍ ପଡିନାହିଁ। ଆଗକୁ ପୁରୀ ବେଳାଭୂମିର ସମ୍ପୂର୍ଣ୍ଣ ନବକଳେବର କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଗକୁ ପୁରୀ ବେଳାଭୂମିରେ ସମ୍ପୂର୍ଣ୍ଣ ନିଆରା ଅନୁଭୂତି ସାଉଁଟିବେ ଭକ୍ତ,ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ। ସମୁଦ୍ରରେ ସ୍ନାନ କରିବା ସହ ପାଇବେ ଅନ୍ୟାନ୍ୟ ସୁବିଧା ସୁଯୋଗ।

ପ୍ରାଥମିକ ଭାବେ ସ୍ୱର୍ଗଦ୍ବାର ବେଳାଭୂମି ପର୍ଯ୍ୟନ୍ତ ବିକାଶ ହେବାସହ ଗାଡି ରଖିବା ପାଇଁ ତିନୋଟି ଯାଗାରେ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ। ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟରେ ଏହି ବିକାଶ କାର୍ଯ୍ୟ ହେଵାକୁ ଥିବାବେଳେ ଆଗକୁ ରାସ୍ତା ସଂପ୍ରସାରଣ କରାଯିବା ସହ କୌଣସି ଉଠାଦୋକାନୀ ବ୍ୟବସାୟୀଙ୍କୁ ସେମାନଙ୍କ ଯାଗାରୁ ହଟାଯିବ ନାହିଁ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

Related Posts