ସିଙ୍ଗାପୁର ଓପନ ମହିଳା ସିଙ୍ଗଲ୍ସରେ ଚୀନ୍ ଖେଳାଳିଙ୍କୁ ହରାଇ ଇତିହାସ ରଚିଲେ ପିିଭି ସିନ୍ଧୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଇତିହାସ ରଚିଲେ ଭାରତର ବ୍ୟାଡମିଣ୍ଟନ ସେନ୍ସେସନ୍ ପିିଭି ସିନ୍ଧୁ । ସିଙ୍ଗାପୁର ଓପନ ମହିଳା ସିଙ୍ଗଲ୍ସରେ ଏତିହାସିକ ବିଜୟ ହାସଲ କରିଛନ୍ତି ସିନ୍ଧୁ । ଆଜିର ଫାଇନାଲ ମ୍ୟାଚରେ ଚୀନ ଖେଳାଳି ୱଙ୍ଗ ଝିଙ୍କୁ ୨୧-୯, ୧୧-୨୧ ଓ ୨୧-୧୫ରେ ହରାଇଛନ୍ତି । ବର୍ଷକ ଭିତରେ ଏହା ହେଉଛି ସିନ୍ଧୁଙ୍କର ତୃତୀୟ ସଫଳତା ।ପିଭି ସିନ୍ଧୁ ସିଙ୍ଗାପୁର ଓପନ୍ ସୁପର-୫୦୦ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ତଥା ସିଙ୍ଗାପୁର ଓପନ୍ ୨୦୨୨ ଜିତିଛନ୍ତି। ଭାରତର ଷ୍ଟାର ସଟଲର ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସ ଫାଇନାଲରେ ଚୀନର ୱାଙ୍ଗ ଝିଙ୍କୁ ପରାସ୍ତ କରିଛନ୍ତି। ସେ ଏହି ମ୍ୟାଚ୍ କୁ ୨୧-୯, ୧୧-୨୧ ଏବଂ ୨୧-୧୫ରେ ଜିତିଥିଲେ। ସିନ୍ଧୁ ଚଳିତ ବର୍ଷ ଏହି ପ୍ରଥମ ସୁପର-୫୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି।

ଏହା ପୂର୍ବରୁ ସିନ୍ଧୁ ଦୁଇଟି ସୁପର-୩୦୦ ଟୁର୍ଣ୍ଣାମେଣ୍ଟ ସୟଦ ମୋଦୀ ଇଣ୍ଟରନ୍ୟାସନାଲ ଏବଂ ସ୍ୱିସ୍ ଓପନ୍ ଟାଇଟଲ୍ ମଧ୍ୟ ଜିତିଥିଲେ। ସିନ୍ଧୁ ସିଙ୍ଗାପୁର ଓପନ୍ ଜିତି ରାଜ୍ୟଗୋଷ୍ଠୀ କ୍ରୀଡାରେ ନିଜର ସ୍ୱର୍ଣ୍ଣ ଦାବିକୁ ମଜବୁତ କରିଛନ୍ତି।

Related Posts