ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଡଲାର ତୁଳନାରେ ଟଙ୍କାର ମୂଲ୍ୟ କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ ଏହା ୮୦ ଟଙ୍କାରେ ପହଞ୍ଚିଛି। ସେପଟେ କେନ୍ଦ୍ର ସରକାରଙ୍କ ଉପରେ ଏନେଇ ବିରୋଧୀ ଦଳ ବାରମ୍ବାର ସମାଲୋଚନା କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ବଲିଉଡ ଅଭିନେତା କମାଲ ଆର ଖାନ ମଧ୍ୟ ମୋଦୀ ସରକାରଙ୍କୁ ଏନେଇ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ କେଆରକେ ଟ୍ୱିଟ୍ କରି କହିଛନ୍ତି ଯେ ମୋର ମନେ ଅଛି ଯେ ମୋଦୀ ଜୀ କିଛି ବର୍ଷ ପୂର୍ବେ ସ୍ପଷ୍ଟ ଭାବରେ କହିଥିଲେ ଯେ ସରକାର ଦୁର୍ନୀତିଗ୍ରସ୍ତ ହେଲେ ହିଁ ଟଙ୍କା ଖସିଯାଏ। ଯଦି ମୋଦୀ ଜୀ କହିଛନ୍ତିମାନେ ସେ ନିଶ୍ଚୟ ସତ ହିଁ କହିଥିବେ ବୋଲି କହିଛନ୍ତି । ଏହା ସହ କେଆରକେ କହିଛନ୍ତି ଯେ ମୁଁ ନିଜ ଆଖିରେ ୨୦୦୮ ର ରେ ଭାରତର ଅର୍ଥବ୍ୟବସ୍ଥା ଦେଖିଛି । ମୁଁ ଦେଖିଥିଲି ଯେ ଲୋକମାନେ ସବୁକିଛି ଛାଡି ୟୁଏଇ ପଳାୟନ କରୁଛନ୍ତି ଜ୍ଝ ମୁଁ ଦେଖିଲି ୟୁକେ ୟୁଏସକୁ ଲୋକମାନେ ପଳାୟନ କରୁଛନ୍ତି ।
କିନ୍ତୁ ଭାରତରେ ମନ୍ଥର ଗତି ନଥିଲା କାରଣ ମନମୋହନ ସିଂ ଜୀ ଅର୍ଥନୀତିକୁ ଚମତ୍କାର ଭାବରେ ପରିଚାଳନା କରୁଥିଲେ। ହେଲେ ବର୍ତ୍ତମାନ ଡଲାର ତୁଳନାରେ ଟଙ୍କାର ମୂଲ୍ୟ କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି ବୋଲି କହିଛନ୍ତି । ଅନ୍ୟପଟେ ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ ଦ୍ୱାରା ସୁଧ ହାରରେ ବୃଦ୍ଧି ହେତୁ ନିବେଶକମାନେ ବିଭିନ୍ନ ଦେଶର ବଜାରରୁ ଡଲାର ପ୍ରତ୍ୟାହାର କରୁଛନ୍ତି। ଯେତେବେଳେ ସୁଧ ହାର କମ୍ ଥିଲା, ବିଦେଶୀ ନିବେଶକମାନେ ଭାରତ ପରି ବିକାଶଶୀଳ ଦେଶର ବଜାରରେ ଅଧିକ ବିନିଯୋଗ କରିଥିଲେ । ଏଥି ସହିତ, ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ସହିତ ଚଳିତ ବର୍ଷ ଫେବୃଆରୀରେ ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ମାତ୍ରେ ବିଶ୍ୱ ଅନିଶ୍ଚିତତା ବୃଦ୍ଧି ପାଇଲା। ଏଭଳି ପରିସ୍ଥିତିରେ ନିବେଶକମାନେ ସତର୍କ ହୋଇ ଭାରତ ଭଳି ବିକାଶଶୀଳ ଦେଶର ବଜାରରୁ ଟଙ୍କା ଉଠାଇବା ଆରମ୍ଭ କରି ଦେଇଛନ୍ତି, ଯେଉଁ କାରଣରୁ ଟଙ୍କା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
