
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୂଚନା ଅନୁଯାୟୀ ରାହୁଲ ଗାନ୍ଧୀ ଆଜି ବିଦେଶ ଗସ୍ତରେ ଯାଇଛନ୍ତି। ସେ ଏହି ଗସ୍ତ ସାରି ରବିବାର ସକାଳେ ଦିଲ୍ଲୀରେ ପହଞ୍ଚିବା ନେଇ ଜଣାପଡିଛି। ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଏହି ବିଦେଶ ଗସ୍ତ ଫଳରେ ସେ ଦଳର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ରେ ଅନୁପସ୍ଥିତ ରହିବେ।ତେବେ ରାଷ୍ଟ୍ରପତି ନିର୍ବାଚନ ଓ ସଂସଦ ର ମୌସୁମୀ ଅଧିବେଶନ ପୂର୍ବରୁ ରାହୁଲଙ୍କ ଏହି ଗସ୍ତ ବିଷୟରେ ଦଳ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ଏହି ଗସ୍ତ ଫଳରେ କଂଗ୍ରେସର ଭାରତ ଯୋଡ୍ ଯାତ୍ରା ନିମନ୍ତେ ଜୁଲାଇ ୧୪ ରେ ଡକାଯାଇଥିବା ବୈଠକରେ ସେ ଅନୁପସ୍ଥିତ ରହିବେ। ଏହି ବୈଠକରେ ଦଳର ସାଂଗଠାନିକ ନିର୍ବାଚନ ନେଇ ମଧ୍ୟ ଆଲୋଚନା ହେବ। ଉକ୍ତ ବୈଠକ ରେ ଦଳର ସମସ୍ତ ସାଧାରଣ ସମ୍ପାଦକ ଓ ସମସ୍ତ ରାଜ୍ୟର ପ୍ରଦେଶ କଂଗ୍ରେସ ସଭାପତି ମାନେ ଯୋଗଦେବେ।
କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କର ଏହି ଅଚାନକ ବିଦେଶ ଗସ୍ତକୁ ନେଇ ବିଜେପି ତାଙ୍କୁ ସମାଲୋଚନା କରିଛି।