ଛିଣ୍ଡୁନି ଗଣିତ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସ୍‌ପେନ୍ସ ଜାରି

ଛତିଶଗଡ଼ରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ଏବେ ବି ସସପେନ୍ସ ରହିଛି । ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ୪ ନେତାଙ୍କ ସହ ବୈଠକ କରି ଆଲୋଚନା କରିଛନ୍ତି । କିନ୍ତୁ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ କୌଣସି ଘୋଷଣା କରାଯାଇନାହିଁ । ରବିବାର ଦିନ ୧୨ଟାରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବେ କଂଗ୍ରେସ ଅଧ୍ୟକ୍ଷ ।

ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ଚାରି ଜଣ ପ୍ରମୁଖ ନେତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । ଏମାନେ ହେଲେ ଛତିଶଗଡ଼ କଂଗ୍ରେସ ଅଧ୍ୟକ୍ଷ ଭୂପେଶ ବଘେଲ, ବରିଷ୍ଠ ନେତା ଟିଏସ୍‌ ସିଂହଦେଓ, ଚରଣ ଦାସ ମହନ୍ତ ଏବଂ ତାମ୍ରଧ୍ବଜ ସାହୁ ।

ତେବେ ମିଳିଥିବା ଖବର ଅନୁସାରେ ରାଜ୍ୟ ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡ୍‌ଗେ ମୁଖ୍ୟମନ୍ତ୍ରୀ ପଦ ଲାଗି ତାମ୍ରଧ୍ବଜ୍‌ ସାହୁଙ୍କ ନାମ ଆଗରେ ରଖିଥିଲେ । କିନ୍ତୁ ଅନ୍ୟ ତିନି ନେତା ଉପ-ମୁଖ୍ୟମନ୍ତ୍ରୀ ପଦକୁ ପ୍ରତ୍ୟାଖାନ କରିଥିଲେ । ଏହି କାରଣରୁ ମୁଖ୍ୟମନ୍ତ୍ରୀ ପଦ ଫାଇନାଲ ହୋଇପାରିନାହିଁ । ଏହା ସତ୍ତ୍ବେ ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

Related Posts