ମହାରାଷ୍ଟ୍ର : ୱାର୍ଦ୍ଧାରେ ସେନାର ଅସ୍ତ୍ରଶସ୍ତ୍ର ଡିପୋରେ ବିସ୍ଫୋରଣ, 6 ଜଣଙ୍କ ମୃତ୍ୟୁ, 18 ଆହତ

ମହାରାଷ୍ଟ୍ରର ୱାର୍ଦ୍ଧାରେ ସେନାର ଅସ୍ତ୍ରଶସ୍ତ୍ର ଡିପୋରେ ଜୋରଦାର ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 6କୁ ବଢ଼ିଛି ।

ମହାରାଷ୍ଟ୍ରର ୱାର୍ଦ୍ଧାରେ ସେନାର ଅସ୍ତ୍ରଶସ୍ତ୍ର ଡିପୋରେ ଜୋରଦାର ବିସ୍ଫୋରଣ ଘଟଣାରେ 6 ଜଣ ଲୋକଙ୍କର ମୃତ୍ୟୁ ହୋଇଛି, ଆହୁରି 18 ଜଣ ଲୋକ ଆହତ ହୋଇଛନ୍ତି ।

ଓ୍ଵାର୍ଧା ଜିଲ୍ଲା ପୁଲଗାଓଁସ୍ଥିତ ସେନାର ଗୋଳାବାରୁଦ ଗୋଦାମରେ ଆଜି ସକାଳେ ଆକସ୍ମିକ ବିସ୍ଫୋରଣ ହୋଇଥିଲା । ଏକ ବୋମାକୁ ନିଷ୍କ୍ରିୟ କରାଯାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିବା କୁହାଯାଇଛି । ମୃତକଙ୍କ ମଧ୍ୟରେ ସେନାର ଗୋଳାବାରୁଦ ଡିପୋର ୨ ଜଣ ସୈନିକ ଥିବା ବେଳେ ଅନ୍ୟ ୪ ଜଣ ଶ୍ରମିକ।

ସକାଳ  ପ୍ରାୟ ୭ଟା ବେଳେ ପୁଲଗାଓଁ ସ୍ଥିତ ସେନା ଗୋଳାବାରୁଦ ଗୋଦାମରେ କେତେକ ପୁରୁଣା ବୋମା ଓ ଅନ୍ୟ ଗୋଳବାରୁଦକୁ ନଷ୍ଟ କରିବା ପାଇଁ ନିଆଯାଉଥିବା ବେଳେ ଜଣେ ଶ୍ରମିକଙ୍କ ହାତରେୁ ଏହି ବୋମା ଖସିପଡ଼ିଥିଲା । ଫଳରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଶବ୍ଦ ଏତେ ତୀବ୍ର ଥିଲା ଯେ ଆଖପାଖ ଗାଁଗୁଡ଼ିକ ଥରି ଉଠିଥିଲା।

ଏହି ବିସ୍ଫୋରଣ ମଙ୍ଗଳବାର ସକାଳେ ସେଣ୍ଟ୍ରାଲ୍‌ ଆମ୍ୟୁନେସନ୍‌ ଡିପୋ(ସିଏଡି)ରେ ହୋଇଛି ଯାହା ବର୍ଦ୍ଧାର ସୋନେଗାଓଁ ଅମ୍ବାଜୀ ଗାଁରେ ରହିଛି । ଅମ୍ବାଜୀ ଗାଓଁ ବର୍ଦ୍ଧା ସହରରୁ 18 କିଲୋମିଟର ଦୂରରେ ରହିଛି । ସ୍ଥାନୀୟ ଜିଲ୍ଲାପାଳ କହିଛନ୍ତି ଯେ ଏହି ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଛି 18 ଜଣ ଆହତ ହୋଇଛନ୍ତି, ସେମାନଙ୍କ ଚିକିତ୍ସା ନିକଟସ୍ଥ ଡାକ୍ତରଖାନାରେ କରାଯାଉଛି । ସେଣ୍ଟ୍ରାଲ୍‌ ଆମ୍ୟୁନେସନ୍‌ ଡିପୋ ଏକ ସାମରିକ କ୍ଷେତ୍ର ଏବଂ ଭାରତୀୟ ସାମରିକ ବାହିନୀର ଅସ୍ତ୍ରଶସ୍ତ୍ର ଡିପୋ ଗୁଡ଼ିକ ମଧ୍ୟରୁ ଏହାକୁ ସବୁଠାରୁ ବଡ଼ ବୋଲି କୁହାଯାଏ ।

ବିସ୍ଫୋରଣ ସ୍ଥଳରେ ପ୍ରବଳ ଲୋକଙ୍କର ପ୍ରବଳ ଭିଡ଼ ଲାଗିଛି । ଅସ୍ତ୍ରଶସ୍ତ୍ର ଡିପୋରେ ବିସ୍ଫୋରଣ ଫଳରେ ଆହୁରି ଅଧିକ ଧନ ଜୀବନର କ୍ଷୟକ୍ଷତିର ଆଶଙ୍କା କରାଯାଉଛି । ଏଥିପାଇଁ ନିକଟସ୍ଥ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । ସମଗ୍ର ଅଞ୍ଚଳକୁ ଚାରି ପଟୁ ଘେରାଉ କରି ରଖାଯାଇଛି । କାହାରିକୁ ବି ଡିପୋ ଭିତରକୁ ଯିବାକୁ ଅନୁମତି ଦିଆଯାଉନାହିଁ । ସୂତ୍ରରୁ ମିଳିଥିବା ଖବର ଅନୁସାରେ ଆଖପାଖର ଗାଁ ଗୁ଼ଡ଼ିକୁ ଖାଲି କରିଦିଆଯାଇଛି । ଆହତମାନଙ୍କୁ ଡାକ୍ତରଖାନାକୁ ନେବାକୁ ସେନା ହେଲିକପ୍ଟରର ସାହାଯ୍ୟ ନିଆଯାଇଛି ।

Related Posts