ସୋନିଆଙ୍କ ପସନ୍ଦ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ସମ୍ଭାଳିବେ କଂଗ୍ରେସ ମଙ୍ଗ !

ନୂଆଦିଲ୍ଲୀ : ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଏବେ ଖୁବ୍ ଦୟନୀୟ ସ୍ଥିତି ମଧ୍ୟରେ ଗତି କରୁଛି । କିଏ ଧରିବ କଂଗ୍ରେସ ଅଧ୍ୟକ୍ଷ ପଦ । ଏନେଇ ଚର୍ଚ୍ଚା ଜୋର ଧରିି ଥିବା ବେଳେ, ଅଧ୍ୟକ୍ଷା ସୋନିଆ ଗାନ୍ଧି ଆପାତତଃ ନିଷ୍ପତ୍ତି ନେଇସାରିଛନ୍ତି। ଦୀର୍ଘ ସମୟ ପରେ ଗାନ୍ଧି ପରିବାର ବାହାରୁ କଂଗ୍ରେସକୁ ସଭାପତି ମିଳିପାରନ୍ତି।

ସୂତ୍ର ଅନୁସାରେ ସୋନିଆ ଗାନ୍ଧି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଅଶୋକ ଗେହଲୋତଙ୍କୁ କଂଗ୍ରେସର ଭାଗ୍ୟଡୋରୀ ସମ୍ଭାଳିବାକୁ ଦେଇପାରନ୍ତି।

ସୂଚନା ଅନୁସାରେ ନିଜେ ସୋନିଆ ଏ ବାବଦେ ଅଶୋକ ଗେହଲୋତଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯୋ ସୋନିଆ ଗାନ୍ଧି ମେଡିକାଲ ଯାଞ୍ଚ ଲାଗି ବିଦେଶ ଗସ୍ତରେ ଯିବେ। ତେବେ ସେ ଚାହାନ୍ତି ଗସ୍ତରେ ବାହାରିବା ପୂର୍ବରୁ ଦଳକୁ ନୂଆ ନେତୃତ୍ୱ ମିଳିଯାଉ। ଏକ ବୈଠକରେ ସୋନିଆ ଏ ବାବଦେ ଅଶୋକ ଗେହଲୋତଙ୍କୁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ତେବେ ଗେହଲୋତଙ୍କ କ୍ୟାମ୍ପ ଏ ନେଇ ଏପର୍ଯ୍ୟନ୍ତ ନିରବତା ଅବଲମ୍ବନ କରୁଛନ୍ତି।

ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ପ୍ରଥମ ଥର ଗାନ୍ଧି ପରିବାର ବାହାରୁ ନାମ ଉପରେ ବିଚାର କରାଯାଉଥିବା ଜଣାପଡିଛି। ଅଧ୍ୟକ୍ଷ ପଦ ଲାଗି ଅଶୋକ ଗେହଲୋତ ପ୍ରଥମ ପସନ୍ଦ ପ୍ରାର୍ଥୀ। ତେବେ ଗେହଲତ ଗତ ସୋମବାର ରାହୁଲଙ୍କୁ ତାଙ୍କ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ଦରକାର ବୋଲି କହିଥିଲେ। କାରଣ ଏହା ଦ୍ୱାରା ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ମନବଳ ଭାଙ୍ଗିଯିବ ବୋଲି ଗେହଲୋତ କହିଥିଲେ। ସେ କହିଥିଲେ ଯେ ରାହୁଲ ଗାନ୍ଧି ପାର୍ଟି ଅଧ୍ୟକ୍ଷ ପଦ ଲାଗି ସର୍ବସମ୍ମତ ପସନ୍ଦ। ତେବେ ସେ ତାଙ୍କର ନିଷ୍ପତ୍ତିରେ ଅଟଳ ରହିଛନ୍ତି।

ସେପଟେ ଅଶୋକ ଗେହଲୋତ ସୋନିଆଙ୍କ ପ୍ରସ୍ତାବକୁ ନେଇ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହା ମୁଁ ମିଡିଆରୁ ଜାଣିବାକୁ ପାଇଥିବା ସେ କହିଛନ୍ତି। ତେବେ ମୋତେ ଯେଉଁ ଦାୟିତ୍ୱ ଦିଆଯାଇଛି ତାକୁ ନିର୍ବାହ କରିବାକୁ ମୁଁ ଉଦ୍ୟମ କରୁଥିବା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ନୂଆ ସଭାପତି ନିର୍ବାଚନ ସେପ୍ଟେମ୍ବର ୨୧ ତାରିଖ ସୁଦ୍ଧା ସରିବ। ଅଧ୍ୟକ୍ଷ ନିର୍ବାଚନ ଲାଗି ଖୁବ୍ ଶୀଘ୍ର କାର୍ଯ୍ୟସୂଚୀ ପ୍ରକାଶ ପାଇବ। କୁହାଯାଉଛି ଏହି ପ୍ରକ୍ରିୟା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରାଯିବ।

ତେବେ ପାର୍ଟିର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ ନିର୍ବାଚନ ଲାଗି ଚୂଡ଼ାନ୍ତ ତାରିଖ କଂଗ୍ରେସ ୱାର୍କିଂ କମିଟି ଘୋଷଣା କରିବେ ବୋଲି କହିଛନ୍ତି। ତେବେ ଆମେ ଆମ ତରଫରୁ ଏଥିପାଇଁ ପୂର୍ଣ୍ଣ ରୂପେ ପ୍ରସ୍ତୁତ ବୋଲି ସେ କହିଛନ୍ତି।

Related Posts