ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ଅଭିଯୁକ୍ତକୁ ଫାଶୀ ଦଣ୍ଡ

ଅନୁଗୁଳ ୧୨ ବର୍ଷର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ ମିଳିଛି । ଦୋଷୀକୁ ପୋକ୍ସୋ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

ଅନୁଗୁଳ କାଙ୍ଗୁଲ ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣୀ ଆଜି ପୋକ୍ସୋ କୋର୍ଟରେ କରାଯାଇଥିଲା । ୧୨ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ପଥର ଛେଚି ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ କାଙ୍ଗୁଲ ଅଞ୍ଚଳର  ଅନାମ ଦେହୁରୀକୁ ଫାଶି ଦଣ୍ଡାଦେଶ ଦିଆଯାଇଛି । ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୁଳ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ୩୬ ଜଣ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଏହି ରାୟ ଦେଇଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ୨୦ତାରିଖରେ ଅନୁଗୁଳ ଜିଲ୍ଲାରେ ଜଣେ ୧୨ବର୍ଷର ନାବାଳିକା ବାପାଙ୍କ ପାଇଁ ଖାଇବାକୁ ନେଇ ଯାଉଥିଲା । ନାବାଳିକାଙ୍କୁ ଜଣେ ଅଭିଯୁକ୍ତ ଉଠାଇ ନେଇ ନିକଟସ୍ଥ ବୁଦାରେ ଦୁଷ୍କର୍ମ କରିବା ପରେ ପଥର ଛେଚି ହତ୍ୟା କରିଥିଲା ।

Related Posts