ଅମ୍ଳଜାନ ଅଭାବରୁ ଜୀବନ ହରାଇଥିବା ଲୋକଙ୍କ ସମ୍ପର୍କୀୟ କେନ୍ଦ୍ର ସରକାରଙ୍କ ବିରୋଧରେ ମାମଲା ଦାୟର କରିବା ଦରକାର : ସଂଜୟ ରାଉତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ” ଅମ୍ଳଜାନ ଅଭାବ ହେତୁ ମୃତ୍ୟୁ ବିଷୟରେ କୌଣସି ତଥ୍ୟ ନାହିଁ ” ରାଜ୍ୟସଭାରେ କେନ୍ଦ୍ର ସରକାର ଏହି ଉତ୍ତର ରଖିବା ପରେ ଏବେ ବିବାଦ ସୃଷ୍ଟି ହୋଇଛି। କେନ୍ଦ୍ର ସରକାରଙ୍କୁ ବିରୋଧୀ ସମାଲୋଚନା କରୁଛନ୍ତି। ଏହି ଘଟଣାରେ ଶିବସେନା ସାଂସଦ ସଞ୍ଜୟ ରାଉତ କ୍ଷୋଭ ପ୍ରକାଶ କରିଛନ୍ତି।  ସେ କହିଛନ୍ତି ଯେ କେନ୍ଦ୍ର ସରକାର ଧୀରେ ଧୀରେ ସତ୍ୟଠାରୁ ଦୂରେଇ ଯାଉଛନ୍ତି।  ରାଉତ ଆହ୍ବାନ ଦେଇଛନ୍ତି ଯେ, ଅମ୍ଳଜାନ ଅଭାବରୁ ଜୀବନ ହରାଇଥିବା ରୋଗୀଙ୍କ ପରିବାର ଲୋକେ କେନ୍ଦ୍ର ସରକାରଙ୍କ ବିରୋଧରେ ମାମଲା ରୁଜୁ କରିବା ଉଚିତ୍। ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କୁ କଡା ନିନ୍ଦା କରିଛନ୍ତି।  ଏହା ବ୍ୟତୀତ ସେ ପ୍ରଶ୍ନ କରିଛନ୍ତି ଯେ ଆପଣ କେନ୍ଦ୍ର ସରକାରଙ୍କ ଏହି ଦାବିକୁ ଠିକ୍ ମନେ କରୁଛନ୍ତି କି ?  ରାଉତ କହିଛନ୍ତି ଯେ ଏହି ସରକାର ଖୋଲାଖୋଲି ମିଛ କହୁଛନ୍ତି । ଯେଉଁମାନେ ଅମ୍ଳଜାନର ଖାଲି ସିଲିଣ୍ଡର ନେଇ ଏଠାରୁ ସେଠାକୁ ଦୌଡୁଥିଲେ। ସେମାନେ କେନ୍ଦ୍ରର ଏହି ଦାବିରେ କେତେ ସତ୍ୟତା ଅଛି ତାହା ଜାଣନ୍ତି। 

 ଗଙ୍ଗା ମିଛ କହୁଛି କି ?

 ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ,”  ପିଏମ୍ କିଛିଦିନ ତଳେ ବାରାଣାସୀ ଯାଇଥିଲେ।  ଏବଂ ସେଠାରେ କହିଥିଲେ ଯେ ସବୁକିଛି ଠିକ ଅଛି। ରାଉତ କହିଛନ୍ତି ଯେ ସେଠାରେ ଗଙ୍ଗା ମଧ୍ୟ ପ୍ରବାହିତ ହେଉଛି।  ଆଉ ଅଧିକାଂଶ ମୃତଦେହ ଗଙ୍ଗାରେ ହିଁ ଭାସୁଥିବା ଦେଖିବାକୁ ମିଳିଥିଲା। ସେଥିପାଇଁ ମୁଁ ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି। ସରକାର ସତ୍ୟରୁ ଦୂରେଇ ରହିବା ଉଚିତ୍ ନୁହେଁ। ଦ୍ୱିତୀୟ ତରଙ୍ଗରେ ଅମ୍ଳଜାନ ଅଭାବରୁ ଅଧିକାଂଶ ମୃତ୍ୟୁ ହୋଇଥିଲା ।

 ଦ୍ୱିତୀୟ ତରଙ୍ଗ ସମୟରେ ବିଶେଷ କରି ଦିଲ୍ଲୀରେ ଅମ୍ଳଜାନ ଅଭାବ ହେତୁ ଅନେକ ମୃତ୍ୟୁ ହୋଇଥିବାରୁ ବିରୋଧୀ ଦଳ ପକ୍ଷରୁ ତୀବ୍ର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯାଇଥିଲା। ତେବେ ସ୍ୱାସ୍ଥ୍ୟ ରାଜ୍ୟର  ବିଷୟ ତେଣୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ମାନେ ଅକ୍ସିଜେନ ଅଭାବ ଜନିତ ମୃତ୍ୟୁର ତଥ୍ୟ ଦେଇନଥିବା କହି କେନ୍ଦ୍ର ସରକାର ନିଜ ମୁଣ୍ଡରୁ ଦୋଷ ହଟାଇବାକୁ ଚେଷ୍ଟା କରିଛନ୍ତି। 

Related Posts