ପ୍ରଧାନମନ୍ତ୍ରୀ ଯେବେଠାରୁ ଇସ୍ରାଏଲ ଯାଇଛନ୍ତି ସେବେଠାରୁ ପେଗାସସ୍ ଜାସୁସି ଆରମ୍ଭ ହୋଇଛି : କମଲ ନାଥ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପେଗାସସ୍ ଜାସୁସି କୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କମଲ ନାଥ । ସେ ଦାବି କରିଛନ୍ତି ଯେ, କେନ୍ଦ୍ର ସରକାର ପେଗାସସ୍ ଜାସୁସି ମାମଲାରେ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରି କୁହନ୍ତୁ ଯେ ସରକାର ଏମିତି କିଛି ସଫ୍ଟୱୟାର କିଣି ନାହାନ୍ତି। ଏହା ସହ କମଲ ନାଥ କହିଛନ୍ତି ଯେ ଏହି ଜାସୁସି ଆମ ଅଧିକାର ଉପରେ ସବୁଠାରୁ ବଡ ଆଘାତ । ସେ କହିଛନ୍ତି ଯେ ଗତ କିଛି ଦିନ ହେବ ଏହି ମାମଲା ସାମ୍ନାକୁ ଆସିଛି ଏବଂ ଆସନ୍ତା 15 ଦିନ ପର୍ଯ୍ୟନ୍ତ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜାରି ରହିବ ।

 ଏହା ସହିତ କମଲ ନାଥ ସୁପ୍ରିମକୋର୍ଟର ସିଟିଙ୍ଗ୍ ଜଜ୍ ଙ୍କ ଦ୍ୱାରା ତଦନ୍ତ ଦାବି କରିଛନ୍ତି ଏବଂ ସେହି ବିଚାରପତି ମଧ୍ୟ ଏପରି ଜଣେ ହେବା ଉଚିତ ଯିଏ ପୂର୍ବରୁ ଜାସୁସିର ଶୀକାର ହୋଇ ନଥିବେ। ଏହା ବ୍ୟତୀତ ସରକାର ବିରୋଧୀ ନେତାମାନଙ୍କୁ ବିଶ୍ୱାସକୁ ନେବା ଉଚିତ୍ ବୋଲି କମଲ ନାଥ କହିଛନ୍ତି।   

 ପେଗାସସ୍ ମାମଲା କଂଗ୍ରେସ ଦ୍ୱାରା ନୁହେଁ, ବରଂ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ଦ୍ୱାରା ପ୍ରକାଶ ପାଇଛି।  ସେ ଅଭିଯୋଗ କରିଛନ୍ତି ଯେ ଜୁଲାଇ 2017 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ଗସ୍ତ କରିଥିଲେ ଏବଂ ଏହି ଜାସୁସି 2017 ଏବଂ 2018 ରେ ହୋଇଯାଇଥିଲା ।  ସେ କହିଛନ୍ତି ଯେ ମୋଦୀଙ୍କ କାର୍ଯ୍ୟକାଳ ମଧ୍ୟରେ ମୋବାଇଲ୍ ଫୋନ୍ କମ୍ପାନୀ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ଉପରେ ନଜର ରଖାଯାଇଛି।

 କମଲ ନାଥ କହିଛନ୍ତି ଯେ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଫ୍ରାନ୍ସ ତଦନ୍ତ ଆରମ୍ଭ କରିଛି।  ଅନ୍ୟ ଦେଶ ମଧ୍ୟ ଶୀଘ୍ର ଅନୁସନ୍ଧାନ ଆରମ୍ଭ କରିବାକୁ ଯାଉଛନ୍ତି, ତେବେ ଭାରତରେ ଏହାର ଯାଞ୍ଚ କାହିଁକି କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ?  ସେ କହିଛନ୍ତି ଯେ ଫାଣ୍ଟମ୍ ପରି ଅନ୍ୟ ଜାସୁସି  ସଫ୍ଟୱେର୍ ମଧ୍ୟ ସମାନ।  ତେଣୁ ସରକାର ଆଉ କୌଣସି ସଫ୍ଟୱେର୍ କିଣିଛନ୍ତି କି ବୋଲି କମଲନାଥ ପଚାରିଛନ୍ତି ?  କମଲ ନାଥ କହିଛନ୍ତି ଯେ 2019 ରେ CERT ଏକ ସମ୍ବେଦନଶୀଳ ନୋଟ୍ ଦେଇଛି ।

 ଯଦିଓ ସରକାର ଏହାକୁ କିଣି ନାହାଁନ୍ତି ବୋଲି ଏକ ଆଫିଡେଭିଟ୍ ଦିଅନ୍ତି, ତଥାପି ବି କେହି ନା କେହି ଏହାକୁ କିଣିଥିବେ ନିଶ୍ଚୟ।  ଚୀନ୍ ହୁଏତ ଏହାକୁ କିଣିଛି କିନ୍ତୁ ପ୍ରଥମେ ସରକାରଙ୍କୁ କୋର୍ଟରେ ଏକ ଆଫିଡେଭିଟ୍ ଦେବାକୁ ପଡିବ ବୋଲି ସେ ଦାବି କରିଛନ୍ତି। 

ସୂଚନାଯୋଗ୍ୟ ଯେ ରବିବାର ଦିନ ନ୍ଯୁଜ୍ ୱେବସାଇଟ ‘ଦ ଓୟାର’ର ଏକ ରିପୋର୍ଟ ସାମ୍ନାକୁ ଆସିଥିଲ। ଯେଉଁ ଥିରେ ଦାବି କରାଯାଇଥିଲା, ଇସ୍ରାଏଲର ସଫ୍ଟଓୟାର କମ୍ପାନୀ ପେଗାସସ ଜରିଆରେ ଭାରତରେ ପ୍ରାୟ ୩୦୦ ଲୋକଙ୍କ ଫୋନ୍ ହ୍ୟାକ୍ କରାଯାଇଛି । ଯେଉଁଥିରେ ସାମ୍ବାଦିକ, ରାଜନେତା, ବୈଜ୍ଞାନିକ, ଆଇନଜୀବୀ, ବ୍ୟବସାୟୀ ଓ ଅନ୍ୟ ସାର୍ବଜନୀନ ଜୀବନ ସହିତ ଜଡିତ ବ୍ୟକ୍ତି ବି ଅଛନ୍ତି । ବିରୋଧୀ ଦଳର ୩ ନେତାଙ୍କ ଫୋନ୍ ହ୍ୟାକ୍ ହୋଇଥିବା ରିପୋର୍ଟରେ କୁହାଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏଵଂ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଫୋନ୍ ଟ୍ୟାପିଂ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। 

Related Posts