ଆଜି ଜାମିନରେ ବାହାରିବେ RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ

ପାଟନା: ଆଜି ଜେଲ ରୁ ବାହାରକୁ ଆସିବେ ବହୁ ଚର୍ଚ୍ଚିତ ଚାରା ଘୋଟାଲା ମାମଲାରେ ଜେଲ୍‌ରେ ଥିବା RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ | ଆଜି ଜାମିନରେ ବାହାରକୁ ଆସିବେ | ଏବେ ସେ ବିହାରର ଡୋରଣ୍ଡା ଜେଲ୍‌ରେ ଥିବା ବେଳେ, ଆଜି ମୁକୁଳିବେ |

ଏପ୍ରିଲ ୨୨ ତାରିଖରେ ଝାଡ଼ଖଣ୍ଡ ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିଛି । ତେବେ ବୁଧବାର ୧୨ଟା ସୁଦ୍ଧା ବେଲ୍‌ ବଣ୍ଡ ଭରା ନଯାଇପାରିବାରୁ ସେ ଜେଲ୍‌ରୁ ବାହାରି ପାରିନଥିଲେ ।

ସିବିଆଇର ସ୍ବତନ୍ତ୍ର କୋର୍ଟରେ ଆଜି ବେଲ୍‌ ବଣ୍ଡ ଭରାଯିବ । ଏହାପରେ ଲାଲୁଙ୍କୁ ଜେଲ୍‌ରୁ ଛଡ଼ାଯିବ । ପ୍ରଥମେ ତଳ କୋର୍ଟରେ ବେଲ୍‌ ବଣ୍ଡ ଦାଖଲ କରାଯିବ । ଏହାପରେ ବେଲ୍‌ ବଣ୍ଡ ସମ୍ବନ୍ଧିତ ସମସ୍ତ ଦସ୍ତବିଜ୍‌ ଜେଲ୍‌ ପ୍ରଶାସନକୁ ହସ୍ତାନ୍ତର କରାଯିବା । ଜେଲ୍‌ ପ୍ରଶାସନ ପକ୍ଷରୁ ଏମ୍‌ସ୍ ଡାକ୍ତରଙ୍କୁ ସୂଚନା ଦିଆଯିବ । କାରଣ ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ନାହିଁ । ସେ ଦିଲ୍ଲୀ ସ୍ଥିତ ଏମ୍‌ସ୍‌ରେ ନିଜର ଚିକିତ୍ସା କରାଉଛନ୍ତି । ପ୍ରଶାସନର ସୂଚନା ପରେ ହିଁ ତାଙ୍କୁ ଜେଲ୍‌ ଅଧିକାରୀ ମୁକ୍ତ କରିବେ ।ଅଧା ଦଣ୍ଡ ଭୋଗିଥିବା ଲାଲୁ ପ୍ରସାଦ ଯାଦବ ସ୍ବାସ୍ଥ୍ୟାଗତ ସମସ୍ୟା ଯୋଗୁଁ ଜାମିନ ପାଇଛନ୍ତି । ଜାମିନ ଜୋରିମାନା ବାବଦକୁ ଏଲ ଲକ୍ଷ ଟଙ୍କା ବଣ୍ଡ ଭରଣା କରିବେ ଲାଲୁ । ଚାରା ଘୋଟାଲା ସହ ଜଡ଼ିତ ପୂର୍ବରୁ ୪ଟି ମାମଲାରେ ଲାଲୁଙ୍କୁ ଦଣ୍ଡ ମିଳି ସାରିଛି । ତେବେ ଏହି ସବୁ ମାମଲାରେ ମଧ୍ୟ ଲାଲୁଙ୍କୁ ଜାମିନ ମିଳିସାରିଛି |

Related Posts