କମେଣ୍ଟ ମାରିବାକୁ ନେଇ ଉତ୍ତମ ମଧ୍ୟମ, ପରେ ଉଠବସ୍ ହେଲେ ରୋଡ୍ ରୋମିଓ

ପୁରୀ; କମେଣ୍ଟ ମରା ମହଙ୍ଗା ପଡିଲା ରୋଡ୍ ରୋମିଓଙ୍କୁ | ନାବାଳିକା ଛାତ୍ରୀଙ୍କୁ କମେଣ୍ଟ ମାରି ହଟହଟା ହେବା ସହ ଉତ୍ତମ ମଧ୍ୟମ, ତାପରେ କାନ ଧରି ହେଲେ ଉଠବସ୍ | ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଳକ ଅଂଚଳରେ । କିଛି ନାବାଳିକା ଛାତ୍ରୀ, ସ୍ଥାନୀୟ ଏକ କୋଚିଂ ସେଂଟରକୁ ଯାଉଥିବା ବେଳେ ଗତ ତିନି ଧରି ଛାତ୍ରୀଙ୍କୁ ପିଛା କରିବା ସହ କମେଣ୍ଟ ମାରୁଥିଲେ ତିନି ଜଣ ଯୁବକ । ଏ ସଂପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ ଛାତ୍ରୀ ।

ଗୁରୁବାର ଗୋପ କୁଶଭଦ୍ରା ସେତୁ ଉପରେ ପରିବାର ଲୋକ ଜଗି ବସିଥିବା ବେଳେ ସେହି ତିନି ଜଣ ଯୁବକ ପୂର୍ବଭଳି ଅଶ୍ଳୀଳ ଇଂଗିତ ପ୍ରଦର୍ଶନ କରିଥିଲେ । ଏହାଦେଖି ଆଇନକୁ ହାତକୁ ନେଇଥିଲେ ପରିବାର ଲୋକ । ଯୁବକମାନଙ୍କୁ ଘଟଣା ସ୍ଥଳରେ କାବୁ କରିବା ସହ ଉତମ ମଧ୍ୟମ ଦେଇଥିଲେ । ଏହାପରେ ଗୋପ ବଜାରକୁ ଆଣି ଉପନିବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ କାନ ଧରି ବସ ଉଠ କରି ଛାଡିଥିଲେ ।

ତେବେ ବସ ଉଠ୍ କରୁଥିବା ଭିଡିଓକୁ କେହି ଜଣେ ସୋସିଆଲ୍ ମିଡିଆରେ ଛାଡ଼ି ଦେବାରୁ ଏହା ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଭାଇରାଲ ହୋଇଥିବା ଭିଡିଓକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ । ଭାଇରଲ ଭିଡିଓ କୁ ନେଇ ଭିନ୍ନ ଭିନ ଦିଗରୁ ଭିନ ମତ ପ୍ରକାଶ ପାଇଛି |

Related Posts