ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ରେ ରୋହିତ ଶର୍ମାଙ୍କ ବଡ ରେକର୍ଡ: ପାଲଟିଲେ ସବୁଠୁ ଅଧିକ ରନ୍ କରିଥିବା ବ୍ୟାଟର

ନୂଆଦିଲ୍ଲୀ : ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କ୍ରିକେଟ ମଇଦାନ ରେ ନିଜ ବ୍ୟାଟ ର ଯାଦୁ ଦେଖାଇଛନ୍ତି । ବ୍ରେକ୍ ପରେ ଦମଦାର୍ ପ୍ରତ୍ୟାବର୍ତ୍ତନ ସହ ନିଜ ନାଁ ରେ ନୂଆ ରେକର୍ଡ଼ ସୃଷ୍ଟି କରିଛନ୍ତି । ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ରେ ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ପାଳିରେ ରୋହିତଙ୍କ ନାଁରେ ଏକ ବଡ ରେକର୍ଡ ପ୍ରତିଷ୍ଠା ହୋଇଛି । ସେ ଟି୨୦ କ୍ରିକେଟରେ ସବୁଠୁ ଅଧିକ ରନ୍ କରିଥିବା ବ୍ୟାଟର ହୋଇପାରିଛନ୍ତି ।

ଇଣ୍ଡିଜ ବିପକ୍ଷରେ ଖେଳା ଯାଇଥିବା ସିରିଜର ପ୍ରଥମ ମ୍ୟାଚରେ ରୋହିତ ୪୪ ବଲରୁ ୬୪ ରନ୍ କରିଥିଲେ । ଏହି ଇନିଂସରେ ୭ ଚଉକା ଓ ୨ ଛକା ଲଗାଇଥିଲେ । ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୪୫ ରନ୍ ରହିଥିଲା ।

ସବୁଠୁ ଅଧିକ ରନ୍

ରୋହିତ ଶର୍ମା ୧୨୯ ମ୍ୟାଚ୍- ୩୪୪୩ ରନ୍

ମାର୍ଟିନ ଗୁପ୍ଟିଲ-୧୧୬ ମ୍ୟାଚ୍ ୩୩୯୯ ରନ୍

ବିରାଟ କୋହଲି-୯୯ ମ୍ୟାଚ୍ ୩୩୦୮ ରନ୍

୪୮ ଘଣ୍ଟାରେ ଛଡାଇନେଲେ ରେକର୍ଡ

ରୋହିତ ଇଣ୍ଡିଜ ବିପକ୍ଷରେ ଦମଦାର ପାଳି ସହ ସବୁଠୁ ଅଧିକ ରନ୍ କରିଥିବା ବୋଲର ହୋଇପାରିଛନ୍ତି । ତାଙ୍କ ପୂର୍ବରୁ ମାର୍ଟିନ ଗୁପ୍ଟିଲ ଏହି ରେକର୍ଡ ଛଡାଇ ନେଇଥିଲେ । କିନ୍ତୁ ରୋହିତ ମାତ୍ର ୪୮ ଘଣ୍ଟାରେ ରେକର୍ଡ ଛଡାଇ ନେଇଥିଲେ ।

ନିକଟରେ ମାର୍ଟିନ ସ୍କଟଲାଣ୍ଡ ବିପକ୍ଷ ମ୍ୟାଚରେ ରୋହିତଙ୍କ ରେକର୍ଡ ଛଡାଇ ନେଇଥିଲେ । ହେଲେ ଏହା ବେଶି ଦିନ ରହିନଥିଲା । ମ୍ୟାଚ୍ ପରେ ଗୁପ୍ଟିଲ ୧୧୬ ମ୍ୟାଚରୁ ୩୩୯୯ ରନ୍ କରିଥିବା ବେଳେ ରୋହିତ ୧୨୮ ମ୍ୟାଚରେ ୩୩୭୯ ରନ କରିଥିଲେ । ଏବେ ରୋହିତ ଇଣ୍ଡିଜ ବିପକ୍ଷ ମ୍ୟାଚ୍ ପରେ ପୁଣି ଏକ ନମ୍ବର ହୋଇଯାଇଛନ୍ତି ।

Related Posts