
କିଭ: ରୁଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଇତି ମଧ୍ୟରେ ଦୁଇ ବର୍ଷ ପୂରିବାକୁ ଯାଉଛି | ରୁଷ ସେନାକୁ ଲଗାତାର ଆକ୍ରମଣରେ ବେହାଲ ହୋଇପଡିଛି ୟୁକ୍ରେନ | ତଥାପି ରୁଷ ସେନାଙ୍କୁ କଡା ତାଙ୍କର ଦେଉଛନ୍ତି ୟୁକ୍ରେନ ସେନା ୟୁକ୍ରେନ ର ଅନେକ ସହରକୁ ନିଜ ଅକ୍ତିଆର ନେଇଥିବା ରୁଷ ସେନା ସେଠାରେ ଦ୍ୱନ୍ସ ରଚିଛନ୍ତି |
ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୁଷର ଆକ୍ରମଣକୁ କ୍ରୁରତା କହି ରୁଷ ରାଷ୍ଟ୍ରପତିଙ୍କ ନିନ୍ଦା କରିବା ସହ ବିଶ୍ବ ସମୁଦାୟକୁ ଅନ୍ୟ ଏକ ବିଷୟ ଉପରେ ମଧ୍ୟ ଅବଗତ କରାଇଛନ୍ତି ।
ଜେଲେନକ୍ସି କହିଛନ୍ତି ଯେ, ‘ବୋମା ମିସାଇଲ ମାଡକରି ଡୋନ୍ବାସ ଅଞ୍ଚଳକୁ ଋଷସେନା ସମ୍ପୂର୍ଣ୍ଣ ଛାରଖାର କରିଦେଇଛି । ଡୋନ୍ବାସରେ କୌଣସି ଗୋଟିଏ ବି ସରକାରୀ ପ୍ରତିଷ୍ଠାନ ଆକ୍ରମଣରୁ ବର୍ତ୍ତି ନଥିବା ବେଳେ ଜନବସତି ଗୁଡ଼ିକୁ ମଧ୍ୟ ଛାରଖାର କରିଦିଆଯାଇଛି ।
’ସୂଚନାଅନୁସାରେ, ଗୁରବାର ଦିନ ଋଷର ଆକ୍ରମଣରେ ପୂର୍ବ ୟୁକ୍ରେନ୍ର ସେବେରୋଦୋନେସ୍କ ସହରର ବୋମ୍ବାର୍ଡମେଣ୍ଟ ଶତାଧିକ କୋଠା ଧ୍ବଂସ ହେବା ସହ ଏବଂ ୧୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଋଷ ସେନା ସବୁ ଅଞ୍ଚଳରେ ବ୍ୟାପକ ନରସଂହାର ଚଳାଇଛି ବୋଲି ଏକ ଉଦ୍ବୋଧନରେ ଜେଲେନସ୍କି କହିଛନ୍ତି |