ଜମ୍ମୁର ସିନ୍ଧ୍ରା ଅଞ୍ଚଳରେ ଅଭାବନୀୟ ଦୃଶ୍ୟ: ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ଉଦ୍ଧାର

ଶ୍ରୀନଗର : ଜମ୍ମୁର ସିନ୍ଧ୍ରା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକମାନେ ହେଲେ ସାକିନା ବେଗମ, ତାଙ୍କ ଝିଅ ନସିମା ଅଖତର ଏବଂ ରୁବିନା ବାନୋ, ପୁଅ ଜାଫର ସଲିମ ଏବଂ ଦୁଇ ସମ୍ପର୍କୀୟ ନୁର-ଉଲ-ହବିବ ଏବଂ ସାଜାଦ ଅହମ୍ମଦ ବୋଲି ଜଣାପଡିଛି।

ତେବେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିବା ସୂଚନା ମିଳିଛି। ହେଲେ ସେମାନଙ୍କ ମୃତ୍ୟୁ କିଭଳି ହେଲା ତା’ର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ଅନ୍ୟପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

Related Posts