ପଡୋଶୀଙ୍କ ବିରୋଧରେ ସଲମାନଙ୍କ ମାନହାନୀ ମାମଲା: ଖାରଜ କଲେ ମୁମ୍ବାଇ କୋର୍ଟ

ମୁମ୍ୱାଇ: ସବୁବେଳେ ନିଜ ମନ୍ତବ୍ୟ କୁ ନେଇ ଚର୍ଚ୍ଚାରେ ରହି ଆସୁଥିବା ଅଭିନେତା ସଲମାନ ଖାନଙ୍କୁ ଆଉ ଏକ ଝଟକା ଲାଗିଛି । ପଡେଶଶୀଙ୍କ ବିରୋଧରେ ଆଣିଥିବା ସଲମାନଙ୍କ ମାନହାନୀ ମାମଲା ଖାରଜ ହୋଇଛି। ମୁମ୍ବାଇ କୋର୍ଟ ତାଙ୍କ ଆବେଦନ କୁ ଖାରଜ କରିଛନ୍ତି ।

ସୂଚନାଯୋଗ୍ୟ, କିଛି ଦିନ ତଳେ ସଲମାନଙକ ପଡୋଶୀ କେତନ କକ୍କଡ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ହେଲେ ଏହା ତାଙ୍କ ମାନହାନୀ କରୁଛି ବୋଲ କହି ସଲମାନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ କୋର୍ଟ ସଲମାନଙ୍କ ଏହି ମାନହାନୀ ଆବେଦନକୁ ଖାରଜ କରିଛନ୍ତି । କେତନ ଯେଉଁ ଅଭିଯୋଗ କରିଛନ୍ତି ତା’ର ପ୍ରମାଣ କୋର୍ଟଙ୍କ ସମ୍ମୁଖରେ ରଖିଛନ୍ତି ।

ସଲମାନଙ୍କ ପାନବେଲ ଫାର୍ମହାଉସ୍ ପାଖରେ ରହୁଥିବା ଏନଆରଆଇ କେତନ କକ୍କଡ ତାଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଥିଲେ । ଏହା ତାଙ୍କ ମାନହାନୀ କରୁଛି ବୋଲି କହି ସଲମାନ ଖାନ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ସେପଟେ ମାମଲା ତଦନ୍ତ ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ କହିଛନ୍ତି । ମାନହାନୀ ପାଇଁ ଉଦ୍ଦିଷ୍ଟ ଗ୍ୟାଗ୍ ଅର୍ଡରର ଅନ୍ତିମ ଆବେଦନକୁ ଏଥିସହ ଖାରଜ କରାଇଛି ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବାସ ଭାରତୀୟ କେତନ କକ୍କଡ ଅଧିକାାଂଶ ସମୟ ଦେଶ ବାହାରେ ରହୁଛନ୍ତି । ଏହାର ।ଇଦା ଉାଂଇ ସଲମାନ ତାଙ୍କ ଘର ଓ ଜାଗାକୁ ବ୍ୟକ୍ତିଗତ ଫାଇଦାରେ ଲଗାଉଥିବା ଅଭିଯୋଗ କରିଥିଲେ କକ୍କଡ ।

Related Posts