ନିମ୍ନମାନ ଛତୁଆ ଯୋଗାଣ ପାଇଁ ୧୨୫ ଏସଏଚଜି ଗ୍ରୁପକୁ କାରଣ ଦର୍ଶାଅ ନୋଟିସ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ବିଧାନସଭାରେ ନିମ୍ନମାନର ଛତୁଆ ପ୍ରସଙ୍ଗ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ବିଧାୟକ କଳିକେଶ ନାରାୟଣ ସିଂ ଦେଓ ପ୍ରଶ୍ନ କରିଥିଲେ।

ଆଉ ଏହାର ଉତ୍ତରରେ ପ୍ରଭାତୀ ପରିଡ଼ା କହିଥିଲେ, ନିମ୍ନମାନର ଛତୁଆ ଏସଏଚଜି ଗ୍ରୁପ ଯୋଗାଣ କରୁଛନ୍ତି। ୧୨୫ଟି ଏସଏଚଜି ଗ୍ରୁପ ବିରୋଧରେ ଏଭଳି ଅଭିଯୋଗ ଆସିଛି । ଏନେଇ ୬୩ ଏସଡିପିଓଙ୍କ ସମେତ ସୁପରଭାଇଜରଙ୍କୁ କାରଣ ଦର୍ଶାଅ ନୋଟିସ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି କରାଯାଇଛି । ଭୁବନେଶ୍ଵର ଷ୍ଟେଟ ଫୁଡ୍ ଟେଷ୍ଟିଂ ଲାବରୋଟେରୀରେ ଛତୁଆ ନମୁନା ପରୀକ୍ଷା ହୋଇଥିଲା । ଏହି ପ୍ରସଙ୍ଗରେ ଉଭୟ ଶାସକ ଦଳ ଏବଂ ବିରୋଧୀ ଦଳର ବିଧାୟକମାନେ ଉଦ୍‌ବେଗ ପ୍ରକାଶ କରାଯାଇଛି।

Related Posts