କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ମାମଲା : ପୁଲିସ କବଜାରେ ଦୁଇ ଅଭିଯୁକ୍ତ

ସତ୍ୟପାଠ ବ୍ୟୁରୋ : କଂଗ୍ରେସ ପ୍ରାର୍ଥୀ ହତ୍ୟା ମାମଲାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ବ୍ରହ୍ମପୁର ପୁଲିସ । ଗତକାଲି ରାତିରେ ପୁଲିସ ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ବୁଲୁ ଓ ହୃଷି ଆହତ ହୋଇଛନ୍ତି ।

ପୁଲିସ ସୂଚନା ମୂତାବକ, ଆସିକା ବିଧାନସଭା ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ମାମଲାରେ ଗଣେଷ ନାୟକ ଓରଫ୍ ବୁଲୁ ଓ ହୃଷି ପାତ୍ରଙ୍କ ସମେତ ସେମାନଙ୍କ ତିନି ସହଯୋଗୀ ଅଭିଯୁକ୍ତ ସଂପୃକ୍ତ ଅଛନ୍ତି । ଏହାଛଡା ଏହି ଦୁହେଁ ଆଉ ଦୁଇଟି ହତ୍ୟା ମାମଲରେ ବି ସଂଶ୍ଳୀଷ୍ଟ ଥିବା ପୁଲିସ ଖବର ପାଇଛି । ଗତକାଲି ସେମାନଙ୍କୁ ପୁଲିସ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଗୁଳି ବିନିମୟ ହୋଇଥିଲା । ସେମାନଙ୍କ ପାଖରୁ ତିନି ରାଉଣ୍ଡ ଗୁଳି, ଦୁଇଟି ପିସ୍ତଲ ଓ ଗୋଟିଏ ବାଇକ ଜବତ କରାଯାଇଛି । ଅନ୍ୟ ତିନି ସହଯୋଗୀଙ୍କୁ ପୁଲିସ ଖୋଜୁଥିବା ସୂଚନା ମିଳିଛି ।

Related Posts