ଏସପି ହେଉଛି ଅପରାଧିଙ୍କୁ ଉତ୍ପାଦନ କରୁଥିବା କାରଖାନା: କେଶବ ପ୍ରସାଦ ମୌର୍ଯ୍ୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ଚାଲିଛି । ସେପଟେ ଏଥର କ୍ଷମତାକୁ ଆସିବା ପାଇଁ ବିରୋଧୀ ମଧ୍ୟ ଜୋରଦାର ପ୍ରଚାର କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏକ ସାଧାରଣ ସଭାରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଯଦି ଆପଣ ଏସପି ବଟନ୍ ଦବାନ୍ତି ତେବେ ଅତିକ ଅହମ୍ମଦଙ୍କ ପରି ଏକ ଗୁଣ୍ଡା ଜନ୍ମ ହେବ ବୋଲି କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ୟୁପି ଡେପୁଟି ସିଏମ୍ ସିରାଥୁରେ ଏକ ସାଧାରଣ ସଭା ସମ୍ବୋଧିତ କରୁଥିଲେ ଜ୍ଝ ଯେଉଁଠାରେ ସେ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଯଦି ଆପଣ ସାଇକେଲ ବଟନ୍ ଦବାନ୍ତି, ତେବେ ଅତିକ ଅହମ୍ମଦଙ୍କ ପରି ଆଉ ଏକ ଗୁଣ୍ଡା ଜନ୍ମ ହେବ ।

ସମାଜବାଦୀ ପାର୍ଟିକୁ ଟାର୍ଗେଟ କରି ସେ କହିଛନ୍ତି ଯେ ଏହି ଦଳ ଅପରାଧୀ ଉତ୍ପାଦନ କରୁଥିବା କାରଖାନା ଅଟେ। ଏସପି ସରକାର ସମୟରେ ଗୁଣ୍ଡାମାନେ ଦଳର ପତାକାକୁ ନିଜ ଗାଡ଼ିରେ ଲଗାଇ ବୁଲୁଥାନ୍ତି । ହେଲେ ଯଦି ଲୋକମାନେ କମଲ ବଟନ ଦବାନ୍ତି ତାହାଲେ ଗରିବ କୃଷକ ଏବଂ ଯୁବକମାନଙ୍କ ଜୀବନରେ ସମୃଦ୍ଧତା ଆସିବ । ସେପଟେ ସିରାଥୁ ବିଧାନସଭା ଆସନରୁ କେଶବ ପ୍ରସାଦ ମୌର୍ଯ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ଏହି ବୟାନଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ତାଙ୍କର ବୟାନକୁ ସମର୍ଥନ କରୁଥିବାବେଳେ ଆଉ କିଏ ତାଙ୍କ ବୟାନକୁ ନେଇ ତାଙ୍କୁ ସମାଲୋଚନା କରୁଥିବାର ଦେଖିବାକୁ ମିଳିଛି ।

Related Posts