ଯୋଗେଶଙ୍କ ଯୋଦନାନକୁ ନେଇ ବିଜେଡିରେ ଅସନ୍ତୋଷ

କଂଗ୍ରେସ ଓ ବିଧାୟକ ପଦରୁ ଇସ୍ତଫା ଦେଇଥିବା ଯୋଗେଶ ସିଂ ଏବେ ବିଜେଡି ମୁହାଁ । ତେବେ ଏହାକୁ ନେଇ ସୁନ୍ଦରଗଡ଼ ବିଜେଡିରେ ଦେଖାଦେଇଛି ଅସନ୍ତୋଷ ।

ଜିଲ୍ଲାରେ ବିଜେଡି କର୍ମୀଙ୍କୁ ବୁଝାଇବାକୁ ଯାଇ ପହଞ୍ଚିଥିଲେ ବିଜେଡିର ଦୁଇ ବରିଷ୍ଠ ନେତା ପ୍ରଶାନ୍ତ ନନ୍ଦ ଓ ପ୍ରଣବ ପ୍ରକାଶ ଦାସ । 2014ରେ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିବା କୁସୁମ ଟେଟେଙ୍କୁ ବୁଝାଇବା ପାଇଁ ସୁନ୍ଦରଗଡ଼ ଯାଇଥିଲେ ଏହି ଦୁଇ ନେତା ।

ତସଲାଡିହି ସ୍ଥିତ କୁସୁମଙ୍କ ବାସଭବନରେ ବୁଝାମଣା ବୈଠକ ଚାଲିଥିବା ବେଳେ, ସେଠାରେ ଥିବା କୁସୁମଙ୍କ ସମର୍ଥକମାନେ ଯୋଗେଶଙ୍କ ଦଳରେ ଯୋଗଦାନକୁ ବିରୋଧ କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ବୈଠକ ଅଧାରୁ ବନ୍ଦ କରି ଦୁଇ ନେତା ଉଠି ପଳାଇଥିଲେ ।

Related Posts