ଏସପିର ନୂଆ ରଣନୀତି; ପଡରୌନା ବଦଳରେ ଫାଜିଲନଗରରୁ ଲଢ଼ିବେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ; ସେପଟେ ଉପମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ଲଢ଼ିବେ ପଲ୍ଲବୀ ପଟେଲ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏନେଇ ଶାସକ ଠାରୁ ବିରୋଧୀ ଦଳ ପର୍ଯ୍ୟନ୍ତ ସମସ୍ତେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହା ମଧ୍ୟରେ କିଛି ଦିନ ପୂର୍ବରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଜେପି ଛାଡ଼ି ସମାଜବାଦୀ ପାର୍ଟିରେ ମିଶିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । କିନ୍ତୁ ବର୍ତ୍ତମାନ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । ତାହାଲେ ଏଥର ଦଳ ଛାଡ଼ି ନୁହେଁ ବରଂ ସମାଜବାଦୀ ପାର୍ଟି ତାଙ୍କ ଆସନ ବଦଳାଇଥିବାରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ତେବେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ କୁସିନଗରର ଫାଜିଲନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେପଟେ ୨୦୧୭ ରେ ମୌର୍ଯ୍ୟ ପଡ଼ରୌନା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଥିସହିତ ଏସପି ଏଥର ନିଜ ଆସନ ବଦଳାଇ ଦେଇଛନ୍ତି। ସମାଜବାଦୀ ପାର୍ଟି ଦ୍ୱାରା ପ୍ରକାଶିତ ନୂତନ ପ୍ରାର୍ଥୀ ତାଲିକାରେ ପୂର୍ବତନ ମନ୍ତ୍ରୀ ଅଭିଷେକ ମିଶ୍ରଙ୍କୁ ଲକ୍ଷ୍ନୌର ସରୋଜିନୀ ନଗରରୁ ଟିକେଟ ଦିଆଯାଇଛି।

ବିଜେପି ପକ୍ଷରୁ ଇଡିର ଯୁଗ୍ମ ନିର୍ଦ୍ଦେଶକ ଥିବା ରାଜେଶ୍ୱର ସିଂ ଏହି ଆସନରୁ ଟିକେଟ ପାଇଛନ୍ତି । ରାଜେଶ୍ୱର ସିଂହ ନିଜ ଇଡି ପଦରୁ ଇସ୍ତଫା ଦେଇ କିଛିଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ମିଶିଥିଲେ । ଅନ୍ୟପଟେ ଯୋଗୀ କ୍ୟାବିନେଟ ମନ୍ତ୍ରୀ ସ୍ୱାତୀ ସିଂ ଏହି ଆସନରୁ ବିଧାୟକ ଥିଲେ। କିନ୍ତୁ ଏହି ନିର୍ବାଚନରେ ଉଭୟ ସ୍ୱାତୀ ସିଂ ଏବଂ ତାଙ୍କ ସ୍ୱାମୀ ଦିନଶଙ୍କର ସିଂ ଟିକେଟ ମାଗୁଥିଲେ। ହେଲେ ଏଭଳି ପରିସ୍ଥିତିରେ ବିଜେପି ସେମାନଙ୍କୁ ଟିକେଟ ନଦେଇ ରାଜେଶ୍ୱର ସିଂଙ୍କୁ ନିଜର ପ୍ରାର୍ଥୀ କରିଛନ୍ତି। ଏହା ବ୍ୟତୀତ ସମାଜବାଦୀ ପାର୍ଟି ସିରାଥୁ ସିଟରୁ ପଲ୍ଲବି ପଟେଲଙ୍କୁ ଟିକେଟ ଦେଇଛି । ସେପଟେ ଏହି ଆସନରୁ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏଭଳି ପରିସ୍ଥିତିରେ ପଲ୍ଲବୀ ପଟେଲ ମୌର‌୍ୟ୍ୟଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ପଲ୍ଲବୀ ପଟେଲ ହେଉଛନ୍ତି ଆପ୍ନା ଦଳର ଅଧ୍ୟକ୍ଷ କୃଷ୍ଣ ପଟେଲଙ୍କ ସାନ ଝିଅ ଏବଂ କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ସାନ ଭଉଣୀ। ଅନ୍ୟପଟେ ଏହି ନିର୍ବାଚନରେ କଂଗ୍ରେସ କଲ୍ୟାଣପୁରର ବିକ୍ରୁ ଘଟଣାରେ ଏନକାଉଣ୍ଟରରେ ନିହତ ହୋଇଥିବା ଅମର ଦୁବେଙ୍କ ଶାଳୀ ନେହା ତିୱାରୀଙ୍କୁ ଟିକେଟ ଦେଇଛି । ନେହା ତିୱାରୀ ହେଉଛନ୍ତି ଖୁସି ଦୁବେଙ୍କ ଭଉଣୀ । ଏହାପୂର୍ବରୁ କଂଗ୍ରେସ ନେହା ତିୱାରୀଙ୍କ ମାତା ଗାୟତ୍ରୀ ଦୁବେଙ୍କୁ ଏହି ଆସନ ପାଇଁ ପ୍ରାର୍ଥୀ କରିଥଲା। କିନ୍ତୁ ଭୋଟର ତାଲିକାରେ ତାଙ୍କ ନାମ ନ ଥିବାରୁ ନେହା ତିୱାରୀଙ୍କୁ ଟିକେଟ ଦିଆଯାଇଥିଲା।

Related Posts