‘ପ୍ରଧାନମନ୍ତ୍ରୀ ଜି ମିଛ କହିବା ବନ୍ଦ କରନ୍ତୁ, ପିଏମ କେୟାର ଫଣ୍ଡର ହିସାବ ଦିଅନ୍ତୁ’- ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଦେଶରେ ବର୍ତ୍ତମାନ କରୋନା ସ୍ଥିତି ଆୟତ୍ତ୍ୱ ହେବାରେ ଲାଗିଛି । ହେଲେ କରୋନା ମହାମାରୀ ଅନେକ ଧନ ଜୀବନକୁ ଉଜାଡ଼ି ଦେଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କେୟାର ଫଣ୍ଡ ନାମକ ଏକ ଟ୍ରଷ୍ଟ ଖୋଲିଥିଲେ । ଯେଉଁଥିରେ ଲୋକମାନେ ଟଙ୍କା ପଠାଇପାରିବେ ଏବଂ ଆବଶ୍ୟକ କରୁଥିବା ଲୋକମାନଙ୍କୁ ସେହି ଟଙ୍କାରେ ଚିକିତ୍ସା କିମ୍ବା ଅନ୍ୟାନ୍ୟ ସହାୟତା କରାଯାଇପାରିବ । ଏହା ପରେ ସାରା ବିଶ୍ୱରୁ ପିଏମ କେୟାର ଫଣ୍ଡକୁ ଲୋକମାନେ ଟଙ୍କା ପଠାଇଥିଲେ । କିନ୍ତୁ ବିଗତ କିଛି ଦିନ ହେବ ଏହି ଫଣ୍ଡକୁ ନେଇ ବିବାଦ ଲାଗିରହିଛି । ବାରମ୍ବାର ଅଭିଯୋଗ ହୋଇ ଆସୁଛି ଯେ ପିଏମ କେୟାର ଫଣ୍ଡର ଅନେକ ବଳକା ଟଙ୍କା ରହିଛି, ଯାହା କେନ୍ଦ୍ର ସରକାର ଲୋକଙ୍କ ପାଇଁ ବିନିଯୋଗ ହିଁ କରିନାହାନ୍ତି । ଏହା ମଧ୍ୟରେ ପିଏମ କେୟାର ଫଣ୍ଡ ଉପରେ ଏକ ଅଡିଟ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା । ଏହା ପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନବରତ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଆସୁଛନ୍ତି । ପ୍ରଧାନମନ୍ତ୍ରୀ ପିଏମ କେୟାର ଫଣ୍ଡକୁ ନେଇ ବାରମ୍ବାର ମିଛି କହି ଆସୁଛନ୍ତି । ଏବଂ ରାହୁଲ ଗାନ୍ଧୀ କେନ୍ଦ୍ର ଏବଂ ପିଏମ କେୟାର ଫଣ୍ଡକୁ ସମାଲୋଚନା କରିଛନ୍ତି।

ସେ ଏହା ପୂର୍ବରୁ ଅଭିଯୋଗ କରିଥିଲେ ଯେ ପାଣ୍ଠି ବ୍ୟବହାର କରି କୋଭିଡ -୧୯ ଦ୍ୱିତୀୟ ତରଙ୍ଗ ସମୟରେ ପ୍ରଦାନ କରାଯାଇଥିବା ଭେଣ୍ଟିଲେଟରଗୁଡ଼ିକ କାର‌୍ୟ୍ୟକ୍ଷମ ନୁହେଁ। ଅଡିଟ୍ ଅନୁଯାୟୀ, ପିଏମ କେୟାର ଫଣ୍ଡକୁ ପ୍ରାୟ ୧୦୯,୯୦୧,୭୩୨,୮୭୩ ଟଙ୍କା ଆସିଛି । ସେପଟେ ୨୦୨୦-୨୧ ମସିହାରେ ୧୦୯୯୦ କୋଟି ଟଙ୍କା ହୋଇଥିଲା । ତେବେ ସ୍ବେଚ୍ଛାକୃତ ଅବଦାନରୁ ୭୧୮୩ କୋଟିରୁ ଅଧିକ ଏବଂ ବିଦେଶୀ ଅବଦାନକାରୀଙ୍କ ଠାରୁ ୪୯୪ କୋଟିରୁ ଅଧିକ ଟଙ୍କା ପ୍ରାପ୍ତ ହୋଇଛି ଜ୍ଝ ଅନ୍ୟପଟେ ୨୦୨୦-୨୧ ରେ ୩୯୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅଡିଟ୍ ବିବୃତ୍ତିରୁ ଜଣାପଡିଛି। ଦେଶର ସରକାରୀ ଡାକ୍ତରଖାନାଗୁଡ଼ିକ ପାଇଁ “ମେଡ୍ ଇନ୍ ଇଣ୍ଡିଆ” ଭେଣ୍ଟିଲେଟର ପାଇଁ ପ୍ରାୟ ୧୩୧୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ପ୍ରବାସୀ ପ୍ରବାସୀ କଲ୍ୟାଣ ପାଇଁ ରାଜ୍ୟକୁ ୧୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା ।

Related Posts