ରାପର ଆରୋନ୍ କାର୍ଟରଙ୍କ ଦେହାନ୍ତ

ମୁମ୍ଵାଇ : ପପ୍ ଆଇକନ୍ ଭାବରେ ବେଶ୍‌ ଜଣାଶୁଣା ଗାୟକ ତଥା ରାପର ଆରୋନ୍ କାର୍ଟରଙ୍କ ପରଲୋକ । ୩୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଶନିବାର ଅର୍ଥାତ୍‌ ଗତକାଲି ତାଙ୍କର ମୃତ୍ୟୁ ହୋଇଛି । ସନ୍ଦେହଜନକ ଅବସ୍ଥାରେ ତାଙ୍କ ଘରୁ ମୃତଦେହ ମିଳିଥିଲା।

ଆରୋନ୍ ୧୯୯୭ରେ ନଅ ବର୍ଷ ବୟସରେ ତାଙ୍କର ପ୍ରଥମ ଆଲବମ୍ ମୁକ୍ତିଲାଭ କରିଥିଲେ ।

ରାପର ଆରୋନ କାର୍ଟରଙ୍କ ପରିବାର ସଦସ୍ୟ ଗାୟକଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ। କହିବାକୁ ଗଲେ ସିଙ୍ଗର ତଥା ରାପର ଆରୋନ କାର୍ଟରଙ୍କ ଶେଷ ଆଲବମ୍ ‘ଲଭ’ ୨୦୧୮ରେ ମୁକ୍ତିଲାଭ କରିଥିଲା ​​। ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ। ବର୍ତ୍ତମାନ ତାଙ୍କ ମୃତ୍ୟୁରେ ଆରୋନ୍‌ଙ୍କ ପ୍ରଶଂସକମାନେ ଦୁଃଖରେ ଭାଙ୍ଗିପଡିଛନ୍ତି।

ଲସ୍ ଆଞ୍ଜେଲସ୍ କାଉଣ୍ଟି ସେରିଫ୍ ବିଭାଗର ଡେପ୍ଟି ଏଲେଜାଚନ୍ଦ୍ର ପାରା କହିଛନ୍ତି ଯେ ମୃତଦେହ କାଲିଫର୍ଣ୍ଣିଆର ଲାନ୍‌କାଷ୍ଟତ ସ୍ଥିତ ଆରୋନ କାର୍ଟରଙ୍କ ଘରେ ମିଳିଛି। ସମସ୍ତ ଯାଞ୍ଚ ପରେ ତାଙ୍କୁ ପ୍ରାୟ ୧୧ଟା ସମୟରେ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦିଆଯାଇଥିଲା।

Related Posts